District

ବିଜେପିର ମିଶ୍ରଣ ପବ୍ ରେ ସ।ମିଲି ହେଲେ ବହୁ ବିଜେଡି କର୍ମୀ

ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ବହୁ ବିଜେଡି କର୍ମୀ

ବୁଗୁଡ଼ା,୮/୯: ସାରା ଭାରତ ବର୍ଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର, ଏହି । ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହ‌ନ ଚରଣ ମାଝୀଙ୍କ ଇ ଲୋକାଭିମୁଖୀ କାର୍ଯ୍ୟକୁ ଭରଷା କରିବା ସହ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁ ଳାନନ୍ଦ ମଲ୍ଲିକଙ୍କ ସାଂଗଠାନିକ ଦକ୍ଷତାକୁ ପାଥେୟ କରି ସେମାନଙ୍କ ନୀତି ଆବର୍ଶରେ ଅନୁପ୍ରାଣିତ ହୋଇ । ଗଞ୍ଜାମ ଜିଲ୍ଲା ପୋଲସରା । ନିର୍ବାଚନ ମଣ୍ଡଳୀ ତଥା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମ ପଞ୍ଚାୟତ ଅଧୀନ ଡାକରାବାଡି ଗ୍ରାମରେ ବିଜେପିର ଏକ ମିଶ୍ରଣ

ପର୍ବ ଅନୁଷ୍ଠିତ ହୋଇଯାଇଛି। ବହୁ ବିଜେଡି କର୍ମୀ ବିଧାବଧ ଭାବେ ଆଜି ଶଙ୍ଖ ଛାଡ଼ି ପଦ୍ମ ଧରି ବିଜେପିରେ ସାମିଲ ହୋଇଥିଲେ । ମାନ୍ୟବର ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ବଳରେ ସମି ଲି କରିଥିଲେ ଏବଂ ଦଳର ନୀତି ଆବର୍ଷ ମାଳି ସମସ୍ତେ ଏକ ମନ

ହୋଇ କାମ କରିବା ପାଇଁ ଆହ୍ୱାନ ଦେବା ସହ ସରକାରଙ୍କ ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ମଧ୍ୟ

ଗୁରୁତ୍ବାରୋପ କରିଥିଲେ। ଚାକରାବାଡି ଗ୍ରାମର ଶ୍ମଶାନ୍ତ କୁମାର ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ରଞ୍ଜନ କୁମାର ସ୍ୱାଇଁ, ଶ୍ରୀଧର ସ୍ଵାଇଁ, ନିରଞ୍ଜନ ପ୍ରଧାନ, ମନୋଜ କୁମାର ସାହୁ, ଚରଣ ଗୌଡ଼ ଓ ବହୁ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ଯକ୍ଷ ମାନସ ରଞ୍ଜନ ପ୍ରଧାନ, ହରପ୍ରସାଦ ଦାସ, ମୋଟାବାଡି ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ହରିହର ସାହୁ, କେଦାରନାଥ ମହାରଣା, ମଦନ ମୋହ‌ନ ଦୋରା ନଟବର ଜେନା, ପଦ୍ମ ଚରଣ ପ୍ରଧାନ ଓ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିବା ବେଖୁବାକୁ ମିଳିଥିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button