DistrictKoraput

ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୃଜନ ଅଭିଯାନ କାର୍ଯ୍ୟକ୍ରମ।

କୋରାପୁଟ, ୦୮/୦୯: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସ୍ଥିତ ଧାନରାଗିନୀ କୋମ୍ୟୁନିଟି ହାଲରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସର ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।

ଏହାରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଗଣେଶ ଯାଦବ ଯୋଗଦେଇଥିଲେ।
ସଭାରେ ପ୍ରାୟ ୧୦୦୦ରୁ ଅଧିକ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ଥିଲେ।

ତୃଣମୂଳ ସ୍ତରରୁ କର୍ମୀ ଓ ନେତାଙ୍କ ମତାମତ ଗ୍ରହଣ କରି, ଜିଲ୍ଲା ସଭାପତିଙ୍କୁ ସ୍ବଚ୍ଛ ଭାବରେ ଚୟନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ନେତୃତ୍ୱକୁ ଅବଗତ କରାଗଲା।

ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ବହୁ ଯୁବନେତା ଓ ସମସ୍ତ ପଞ୍ଚାୟତର ତୃଣମୂଳ ସ୍ତରର କର୍ମୀମାନେ ନିଜ-ନିଜ ମତ ପ୍ରକାଶ କରିଥିଲେ। ଯୁବନେତା ମାନେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଆସନ୍ତା ୨୦୨୯ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଟାଙ୍ଗି ମଣ୍ଡଳୀରେ କଂଗ୍ରେସ ଦଳ ନିଶ୍ଚିତ ବିଜୟ ଲାଭ କରିବ।

କୋମ୍ୟୁନିଟି ହାଲରେ ଏତେ କର୍ମୀ ଯୋଗଦେଇଥିଲେ ଯେ, ବାହାରେ ମଧ୍ୟ ଅନେକ ଲୋକ ଠିଆ ହୋଇ ସଭାକୁ ଶୁଣିଥିଲେ।
ଏହି ସଭା ପରେ ପଟାଙ୍ଗି ଅଞ୍ଚଳରେ କଂଗ୍ରେସ କର୍ମୀମାନଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button