
ପାରଳାଖେମୁଣ୍ଡି, ୮/୯: ଆଦିବାସୀ ସଂଘର୍ଷ ମୋର୍ଚା (ଏ ଏସ ଏମ) ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବାଘମାରି ପଞ୍ଚାୟତ ର ଶିକୁଂଳି ପଦର ଗ୍ରାମ ଠାରୁ ଏକ ଆଦିବାସୀ ଶୋଭାଯାତ୍ରା ବାହାରି ହାଟପଦା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନିତି ବିରୁଦ୍ଧ ରେ ସାଧାରଣ ସଭା ରେ ରାଜ୍ୟ ସଭାପତି ତ୍ରିପତି ଗମାଙ୍ଗ, ନରସିଂହ ମଣ୍ଡଳ କେଶବ ରଇତ ବକ୍ତବ୍ୟ ରଖିବା ସହ ଅକ୍ଟୋବର ମାସରେ ମୋହନା ତହସିଲ ଓ ବ୍ଲକ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଆହ୍ବାନ ଦେଇଥିଲେ।
ମକା ଚାଷ କୁ ରୁଣ ଓ ମକା ବିକ୍ରି କରିବା ପାଇଁ ମଣ୍ଡି ଏବଂ ଏକ କେଜିକୁ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା, ସମସ୍ତ କୁଂ ରେସନ କାର୍ଡ ଓ ମାସିକ ୫୦ କେଜି ଚାଉଲ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ପେନସନ ୫୦୦୦ ଟଙ୍କା ପ୍ରଦାନ କରିବା, ମନରେଗା କାମ ରେ ଦୈନିକ ୬୦୦ ଟକା ପ୍ରଦାନ କରିବା, ସମସ୍ତ କୁଂ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବା, ଲୁହାଗୁଡି ପଞ୍ଚାୟତ ଦନ୍ତାରି ନାଳ ଗାଁ ର ଅଗଂନ ବାଡ଼ି କାମ କୁ ତଦନ୍ତ କରିବା ବିକାଶ ନାମରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି ଓ ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ଭିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l
ଦେଶର ସାଂବିଧାନ ଓ ପେସା ଆଇନ୍ ରେ ଆଦିବାସୀ ର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି l ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅଦାଂର ଭିତରେ ରହିଛି ।
2006 ଜଗଂଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ l ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ସରକାର ଅଣ ଆଦିବାସୀ ମାନଙ୍କୁ ଦେବା ସୁଯୋଗ ଦେଉଛି । ସରକାର ଆଦିବାସୀଙ୍କ ଦୁଖ ନ ଦେଖି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି।
ସରକାର ଆଦିବାସୀଙ୍କ ସମ୍ଭିଧାନିକ ଅଧିକାର କୁ ଖିଲାପ କରନ୍ତି ତାହା ହେଲେ ଆନ୍ଦୋଳନ ତୀବ୍ର କରିବା ପାଇଁ ରାଜ୍ୟ ସଭାପତି ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି ଏହି ଶୋଭାଯାତ୍ରା ଓ ବିକ୍ଷୋଭ ରେ ନରସିଂହ ମଣ୍ଡଳ, ମାଥ୍ୟୁ ରଇତ, ସାଇଡ୍ରିକ ମଲ୍ଲିକ,ଡାଗଂଲା ରଇତ, ତମାସ ରଇତ,କେଶବ ରଇତ, ଯୋହନ ର ଇତ, ଏଲିଆବ ଗମାଙ୍ଗ, ସାମସଙ୍ଗ ରଇତ, ସର୍ବଶ୍ରୀ ଗମାଙ୍ଗ, ସୁଦାମ ରଇତ, ସିମିୟ ରଇତ, ବସା ରଇତ, ଅବିୟ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ