DistrictEducationKoraput

ସୁନାବେଡ଼ାରେ ୨୮୬ ପ୍ରତିଯୋଗୀ

ସୁନାବେଡ଼ା, ୭/୯(ଇମିସ): ସୁନାବେଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୨୮୬ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁନାବେଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶ୍ରୀୟାଲି ବଡ଼ନାଥ୍ୟା, ସାଇ ସୈନିକ ସ୍କୁଲର ରଲିପ୍ତା ମହାପାତ୍ର ଓ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶୁଭମ୍ କୁମାର୍ ବିଶୋଇ, ହସ୍ତାକ୍ଷରରେ ସୁନାବେଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମିର କୁମାର ସାହୁ, ରୂପାଲି ଗୁରୁ ଓ ତନିଶା ମହାରଣା ଏବଂ ଭାଷାଜ୍ଞାନ ପ୍ରତିଯୋଗିତାରେ ସୁନାବେଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୁତୁମ୍ବରା ବେହେରା, ଖୁସି ଡାକୁଆ ଓ ଜିଜ୍ଞାସା ବାରିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ହାଲ୍ ଚିଫ୍ ମ୍ୟାନେଜର ବିଶ୍ବଜିତ ଜେନା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା ଓ ସଭାପତି ଚିରଞ୍ଜୀବୀ ପରିଛା, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଦ୍ୟୁତପ୍ରଭା ରଥ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ଅତିଥିମାନେ ‘ସମ୍ବାଦ’ର ଏଭଳି ଅଭିନବ ପଦେକ୍ଷପକୁ ଭୂୟସୀ ପ୍ରଶଂସା କରିଥିଲେ। ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ସରସ୍ବତୀ ମହାରଣା, ମଞ୍ଜୁତାଞ୍ଜଳି ସ୍ବାଇଁ, ବଙ୍ଗୁ ଚରଣ ସେଠୀ, ଜୟଶ୍ରୀ ପରିଡ଼ା, ମିତାଞ୍ଜଳି ପାଢ଼ୀ ପ୍ରତିଯୋଗିତା ପରିଚାଳନାରେ ସ‌ହଯୋଗ କରିଥିଲେ।

ସୁନାବେଡ଼ା ସମ୍ବାଦ ପ୍ରତିନିଧି ଅମର ବାଘଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପୁଷ୍ପଲତା ପାତ୍ର ପରିଚାଳନା କରିଥିଲେ ।

Admin - Odisha State News

Related Articles

Leave a Reply

Your email address will not be published. Required fields are marked *

Back to top button