District

ଜୟନ୍ତୀ ନଗର ଠାରେ ଗୁରୁଭାଇ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ତରଫରୁ ଭାଦ୍ରବ ପରିକ୍ରମା ଅନୁଷ୍ଠିତ

ନବରଙ୍ଗପୁର, ୦୫/୦୯: ଜୟନ୍ତୀ ନଗର ଠାରେ ଭାଦ୍ରବ ପରିକ୍ରମା ଅନୁଷ୍ଠିତ ହେଲା। ଜୟନ୍ତୀ ନଗର ନିବାସୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ଭାଦ୍ରବ ପରିକ୍ରମା ଉତ୍ସବରେ ଜାଜକ ଓ କର୍ମୀ ବୃନ୍ଦ ଙ୍କ ସହ ଡାବୁଗାଁ ଅଂଚଳର ଦୁଇଶହ ରୁ ଉର୍ଦ୍ଧ ଗୁରୁ ଭାଇ ,ଡାବୁଗାଁ ର ଭଦ୍ର ବ୍ୟକ୍ତି ଓ ଗୁରୁ ମାଆ ଙ୍କ ଗହଳିରେ ସତସଙ୍ଗ ଅନୁଷ୍ଠିତ ହେଲା l

ଏହି ଅବସରରେ ଗୁରୁଭାଇ ମାନଙ୍କ ଦ୍ୱାରା ଯାଜନରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଜୀବନ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l

ଶେଷରେ ଜୟ ରାଧେ ରାଧେ କୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ, ପରେ ବନ୍ଦେ ପୁରୁଷୋତ୍ତମ ଧ୍ୱନୀ ସହ ଜୟ ଜୟ କାର ଧ୍ବନୀରେ ସମାପନ ହୋଇଥିଲା ସତସଙ୍ଗ l ସମସ୍ତଙ୍କ ପାଇଁ ଗୁରୁ ଭାଇ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ଦ୍ୱରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button