District

ଡାବୁଗାଁ ଠାରେ ମାଁ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ଓ ଶୁଭ ଖୁଣ୍ଟି ସ୍ଥାପନ

ନବରଙ୍ଗପୁର, ୦୩/୦୯:ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଦୂର୍ଗା ପୂଜା ନିମନ୍ତେ ବୁଧବାର ସନ୍ଧ୍ୟାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି |

ଏହାସହ ମାଁ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ପ୍ରଥମେ ଅଙ୍ଗୀ ନଦୀ ପଠାରେ ପୂଜକ ଗଦାଧର ତ୍ରିପାଠୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ମାଟି ଅଣାଯାଇ ମାଟି ପୂଜନ କରାଯାଇଛି |

ଏଥିରେ କର୍ତ୍ତା ଭାବେ ଜି. ବିଜୟ ଆନନ୍ଦ ଓ ଶଶୀ ଭୂଷଣ ଜେନା ପ୍ରମୁଖ ମାଟି ଆଣିଥିଲେ |

ଏହି ସମୟରେ ଦୂର୍ଗା ପୂଜା କମିଟିର ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ସମ୍ପାଦକ ସନ୍ତୋଷ ରାୟପାତ୍ର, କୋଷାଧ୍ୟକ୍ଷ ଭଗବାନ ପାତ୍ର ଓ ସୁରେଶ ଚନ୍ଦ୍ର ବେହେରା, ଭଦ୍ରବ୍ୟକ୍ତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଜି. ସତ୍ୟା ରାଓ, ଏମ୍ ରମେଶ, ଜଗନ୍ନାଥ ବିଶୋଇ, ଜି. ପ୍ରକାଶ ରାଓ, କୁନୁ ପାତ୍ର, ବବଲୁ ତ୍ରିପାଠୀ, ଆର. ଶଙ୍କର ରାଓ, ରାଜେଶ ଅଗ୍ରୱାଲ, ପାପନା ରେଲି ପ୍ରମୁଖ ଉପସ୍ଥିତ ଥିଲେ |

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button