Education

ଟି ଏମସି ସଭ।ସ୍ଥଳ ଭାଙ୍ଗିଦେଲ। ସେନ।

ଟିଏମ୍‌ସି ସଭାସ୍ଥଳ ଭାଙ୍ଗିଦେଲା ସେନା

କୋଲକତା, ୩/୯: କୋଲକାତାର ମୈଦାନରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଗତ କିଛି ଦିନ ହେଲା ତୃଣମୂଳ କଂଗ୍ରେସ ପକ୍ଷରୁ ବଙ୍ଗଳା ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଯାତନା ବିରୋଧରେ ପ୍ରତିବାଦ এ ଏହି କରାଯାଉଥିଲା। ସଭାସ୍ଥଳକୁ ସେନାପକ୍ଷରୁ ସୋମବାର ଭାଙ୍ଗି ଦିଆଯାଇଥିବାବେଳେ ଟିଏମ୍‌ସି ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯ ରାଯାଇଛି। ସେନାକୁ ବିଜେପି ହାତରେ ସଖୀ କଣ୍ଢେଇ ନହେବାକୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପରାମର୍ଶ ଦେଇଛନ୍ତି । ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୈଦାନ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମ ପାଇଁ ସେନା ପକ୍ଷରୁ ସାଧାରଣତଃ ଦୁଇଦିନିଆ ଅନୁମତି ଦିଆଯାଇଥାଏ। ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରତିବକ୍ଷା ମନ୍ତ୍ରାଳୟଠାରୁ ଅନୁମତ ଆଣିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ସଭାସ୍ଥଳ ମାସେ ପାଖାପାଖି ହେଲା ରହିଛି। ମଞ୍ଚ ହଟାଇବାକୁ

ଆୟୋଜକଙ୍କୁ ବାରମ୍ବାର କୁହାଯିବା ସତ୍ତ୍ବେ ସେମାନେ ଏହାକୁ ହଟାଉନଥିଲେ ତେଣୁ ସେନା ହଟାଇ ଦେଇଛି। ସଭାସ୍ଥଳ ଭଙ୍ଗାଯିବା ସମୟରେ ପୁଲିସ ମୁତୟନ ଥିଲା ମମତା କହିଛନ୍ତି, ବିଜେପି ସେନାକୁ ଏହାର ସଖୀ

ବିଜେପି ହାତରେ ସଖୀକଣ୍ଢେଇ ନହେବାକୁ ସେନାକୁ ମମତାଙ୍କ ପରାମର୍ଶ

କଣ୍ଢେଇ କରିଛି| ଏଥିପାଇଁ ମୁଁ ସେନାକୁ ଦାୟୀ କରୁନି, କିନ୍ତୁ ଏହା ବିଜେପିର ପ୍ରତିଶୋଧପରାୟଣ ରାଜନୀତି। ସେନାକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିବା ଅନୈତିକ ଓ ଅଗଣତାନ୍ତ୍ରୀକ ବୋଲି ମମତା କହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button