ଶିକ୍ଷକଙ୍କ ସ୍ବାର୍ଥ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ
ଶିକ୍ଷକଙ୍କ ସ୍ବାର୍ଥ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ
ଭୁବନେଶ୍ବର,ତା୩/୯ ସରକାରୀ ବା ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କର ଯୋଗ୍ୟତା ପରୀକ୍ଷାକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଥିବା ବେଳେ ରାଜ୍ୟ ସରକାର ଖୁବ ଶୀଘ୍ର ଏନେଇ ନିଷ୍ପଭି ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର କହିଛନ୍ତି ଯେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଶିକ୍ଷକମାନଙ୍କର ଯୋଗ୍ୟତା ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ନିଷ୍ପରି ନେଇଛନ୍ତି ତାକୁ ପ୍ରଥମେ ସମୀକ୍ଷା କରାଯିବ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରି ଆବଶ୍ୟକ
ସୁପ୍ରିମକୋର୍ଟଙ୍କ ରାୟ ଉପରେ ମନ୍ତ୍ରୀଙ୍କ ମତ
ପଦକ୍ଷେପ ନେବେ । ତେବେ ରାଜ୍ୟ ସରକାରଙ୍କର ପଦକ୍ଷେପ ସମୟରେ ରାଜ୍ୟର ଶିକ୍ଷକମାନଙ୍କର ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ଶିକ୍ଷକମାନଙ୍କ ପାଇଁ ଯାହା ଭଲ ହେବ ସରକାର ତାହା କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସକରାତ୍ମକ ନିଷ୍ପରି ଗ୍ରହଣ କରାଯିବ। ଶିକ୍ଷା ନିଶ୍ଚିତ ଭାବରେ । ସଠିକ ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ନେବେ କି ପଦକ୍ଷେପ
ଉଲ୍ଲେଖଥାଉ କି ସୁପ୍ରିମକୋର୍ଟ କହିଛନ୍ତି ଯେ, ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ବା ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଟିଇଟି) ବିନା ଚାକିରିରେ ରହିବାକୁ ଦିଆଯିବ ନାହିଁ। ଯେଉଁମାନେ ଶିକ୍ଷକତ।ରେ ରହିବେ ସେମାନଙ୍କୁ ଏହି ପରୀକ୍ଷା ଦେବାକୁ ହେବ।