ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା
ତା ୧୨/ ୦୯/୨୦୨୬ ଶନିବାର ଅପରାହ୍ନ ୧୨ ଘଣ୍ଟା ସମୟରେ ଚଚରାଗୁଡା ପଞ୍ଚାୟତ ର ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ମାନେ ଡାବୁଗାଁ ଅବକାରୀ ଥାନା କୁ ଯାଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଚଚରାଗୁଡା ପଞ୍ଚାୟତ ରେ ଦିନକୁ ଦିନ ବଢୁଥିବା ଅବୈଧ ମଦ କାରବାର କୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରା ଯାଇଛି। ଏହି ଅବସରରେ ପଦ୍ମିନୀ ହରିଜନ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ,ଏବଂ ସାତୀ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବା ମାଝୀ, ସରାବଣ ପୂଜାରୀ, କମଳା ମାଝୀ,ପଦ୍ମା ମାଝୀ,ମାଙ୍ଗ ମାଝୀ, ଅନ୍ନପୂର୍ଣ୍ଣା ମାଝୀ ପ୍ରମୁଖ ସହ ପ୍ରାୟ ତିନି ସହରୁ ଉର୍ଦ୍ଧ୍ବ ମହିଳା କାର୍ଯ୍ୟକ୍ରମ ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଗତକାଲି ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ମହିଳା ମାନେ ପ୍ରଦାନ କରିଥିଲେ। ମାନିଗାଁ ରୁ ଆରମ୍ଭ ହୋଇଥିବା ଅଭିଯାନ କୁ ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ବୁଦ୍ଧିଜୀବି ମାନଙ୍କ ସମର୍ଥନ ମିଳିବା ରେ ଲାଗିଛି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
