INSPIRE-SHE ଛାତ୍ରବୃତ୍ତି ବନ୍ଦ ହୋଇନାହିଁ; ୫ ବର୍ଷରେ ଲାଭାର୍ଥୀଙ୍କ ସଂଖ୍ୟା ୩୫% ବୃଦ୍ଧି: କେନ୍ଦ୍ରମନ୍ତ୍ରୀ

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଗୁରୁବାର ସଂସଦକୁ ସୂଚନା ଦେଇଛି ଯେ, INSPIRE-SHE ଛାତ୍ରବୃତ୍ତି ଯୋଜନାକୁ ବନ୍ଦ କରାଯାଇନାହିଁ। ତେବେ ଏହାର ନୂଆ ରୂପରେଖା ପ୍ରସ୍ତୁତ କରିବା ପାଇଁ ଯୋଜନାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ଯୋଜନାର ଉଦ୍ଦେଶ୍ୟକୁ ଆହୁରି ମଜବୁତ କରିବା, ଏହାର କାର୍ଯ୍ୟକାରୀ ଢାଞ୍ଚାରେ ସୁଧାର ଆଣିବା ଏବଂ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଦ୍ଭବ ହେଉଥିବା ନୂଆ ପ୍ରାଥମିକତା ସହିତ ଏହାକୁ ସମନ୍ୱୟ କରିବା ପାଇଁ ବର୍ତ୍ତମାନ ଏହି ଯୋଜନାର ପୁନଃରୂପାୟଣ (Redesign) କରାଯାଉଛି। 

ଡିଏସ୍‌ଟିର ଛାତ୍ରବୃତ୍ତି ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, INSPIRE Scholarship for Higher Education (INSPIRE-SHE) ଅଧୀନରେ ଲାଭାର୍ଥୀଙ୍କ ସଂଖ୍ୟା ୫ ବର୍ଷ ମଧ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧-୨୨ରେ ୧୮,୦୩୯ ଜଣ ଲାଭାର୍ଥୀ ଥିବା ବେଳେ ୨୦୨୫-୨୬ରେ ଏହି ସଂଖ୍ୟା ବଢ଼ି ୨୪,୨୭୬ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ INSPIRE Fellowship ଅଧୀନରେ ସହାୟତା ପାଇଥିବା ଗବେଷକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।

Innovation in Science Pursuit for Inspired Research (INSPIRE) କାର୍ଯ୍ୟକ୍ରମକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ର ପ୍ରତି ଆକର୍ଷିତ କରିବା।

ସରକାର ରାଜ୍ୟସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, INSPIRE-SHEର ଲାଭାର୍ଥୀଙ୍କ ସଂଖ୍ୟାରେ ବର୍ଷକ୍ରମେ ଏଭଳି ପରିବର୍ତ୍ତନ ହୋଇଛି—

Leave a Reply

Your email address will not be published. Required fields are marked *