
ଲୋକଙ୍କୁ ପ୍ରଥମେ ରୋଗିଙ୍କ ଆର୍ଗ ଆତ୍ମିକ ଶାନ୍ତି, ପ୍ରେମ ଓ ବିଶ୍ୱାସର ପଥରେ ଆଗେଇ ନେବା ପାଇଁ ପ୍ରେରଣା ଓ ଆର୍ଶୀବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକମାନେ ନିଜ ଆତ୍ମାର ଉନ୍ନତି, ଧାର୍ମିକ ଜ୍ଞାନ ଓ ମାନବିକତାର ମୂଲ୍ୟ ବୁଝି ପାରିଥିଲେ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ରବି ନନ୍ଦ ନାରାୟଣ, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ ସହ ସେମିଳିଗୁଡା ଅଞ୍ଚଳର ବିଜୁ ଜନତା ଦଳର ଯୁବ ସମାଜ ସେବୀ ଅସକ ପ୍ରଧାନ, ଇଶ୍ଵର ଆଲାଡା ପ୍ରମୁଖ ଉପସ୍ଥିତ ରହି ଦେଖିଥିଲେ ଯେ କୌଣସି ଧର୍ମାନ୍ତିକରଣ କରାଯାନଥିଲା

କିନ୍ତୁ ଲୋକଙ୍କୁ ଉତ୍ତମ ଶିକ୍ଷା ଦିଆଯାଇଥିଲା ବୋଲି ମୋତ୍ୟାବ ଦେଇଥିଲେ ପୂର୍ବତନ ବିଧାୟକ ପଡା଼ଲ,ଏହି ସଭାକୁ କିଛି ଖ୍ରୀଷ୍ଟୀୟ ବିରୋଧୀ ଲୋକମାନେ କୋରାପୁଟର ଭାଇ ଚାରା ନଷ୍ଟ କରିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସଭାଟି ଅତି ଶାନ୍ତି ଶୃଙ୍ଖଳା ରକ୍ଷା କରି ସଭାକୁ ଆଗେଇ ନେଇଥିଲେ ଏହି ଘଟଣା କୁ ନେଇ ଆୟୋଜକ କମିଟି ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଜଣାଇଥିଲେ ବିଧାୟକ କହିଥିଲେ ସମ୍ବିଧାନର ନୀୟମ କୁ ମାନିବାକୁ ପଡ଼ିବ କୈାଣସି ଧର୍ମକୁ ବିରୋଧ କରାଯିବା ଉଚିତ ନୁହେଁ ସମସ୍ତେ ଭାଇଚାରା ବଞ୍ଚିବା ଦରକାର ଏହି ଦେଶରେ ଏହି କୋରାପୁଟ ରେ ବୋଲି ଆୟୋଜକ କମିଟି ଙ୍କୁ ଭରସା ଦେଇଥିଲେ।
]]>
ଖବର ଶୁଣି ଘଟଣା ସ୍ଥଳରେ ଆମପାଣି ଏବଂ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରି ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ରାଜପଥ ରେ ଯାନବାହାନ ଯାତାୟାତ ପାଇଁ ସୁ ବ୍ୟବସ୍ଥା କରୁଛନ୍ତି,ସମସ୍ତ ଆହାତ ମାନଙ୍କୁ ପ୍ରଥମେ ମୈଦଲପୁର ଡାକ୍ତରଖାନା କୁ ନିଆଯାଇଥିଲା କିନ୍ତୁ ଦୁଃଖର ବିଷୟ ସେଠାରେ କୌଣସି ଡାକ୍ତର ନ ଥିବାରୁ ଆହାତଙ୍କୁ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
]]>ତେବେ ପାହାଡ଼ରୁ ପ୍ରବଳ ପାଣି ସ୍ରୋତରେ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି. ୪୫ ବର୍ଷୀୟ ତ୍ରିନାଥ ନାୟକ ଗଜପତି ଜିଲ୍ଲା ରା.ଉଦୟଗିର ବ୍ଳକ ବସ୍ତୀଗୁଡା ପଞ୍ଚାୟତ ବସୀଗୁଡା ଗ୍ରାମର ଅଟନ୍ତି. ତ୍ରିନାଥଙ୍କ ପଥର ଚାପାରେ ଜୀବନ ଯିବା ପରେ ତାଙ୍କ ପରିବାର ଅସହାୟ ହୋଇପଡିଛନ୍ତି । ବ୍ଲକ ବିଡିଓ ଲରିମନ ଖରସେଲ ଉକ୍ତ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ହଜାର ପ୍ରଦାନ କରିଛନ୍ତି. ମୁଖ୍ୟମନ୍ତ୍ରୀ ତ୍ରିନାଥଙ୍କ ଏହି ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି.
]]>ଖବର ଲେଖିବା ପର୍ଯ୍ୟନ୍ତ ଗତ 3 ଦିନ ଧରି ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୁତି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି. ତଥାପି କୌଣସି ପତ୍ତା ମିଳି ପାରିନାହିଁ. ମନ୍ତ୍ରୀ ଶ୍ରୀ ଜେନା ଏହି ଗ୍ରାମ ସହିତ ବର୍ଷା ଓ ପାହାଡ଼ ଧସି କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଅନୁଧ୍ୟାନ କରିବା ସହ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି.
]]>ଖବର ପାଇ ବିଳମ୍ବିତ ରାତିରେ ବନବିଭାଗ,ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ଅତିଥି ଭବନରେ ରଖିବା ସହ ସେମାନଙ୍କ ଖାଇବା ରହିବା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଇଥିଲେ ।
ସୂଚନାଥାଉକି ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ପରିଭ୍ରମଣ ପାଇଁ ଯାଇଥିଲେ ।
]]>ଏହି ଅପେକ୍ଷା ସର୍ବଦା ଏକ ଅସୁବିଧା ହୋଇଆସିଛି, କିନ୍ତୁ ସେହି ଅସୁବିଧା ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଆଉ ସେହି ସ୍ଥିତିରେ ରହିବେ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ଏକ ନୂତନ ଗଠନ ମଧ୍ୟରେ କାମ କରିବ; ଏହା ଏକ ନୂତନ ଚେକ୍ କ୍ଲିୟରିଂ ନିୟମ ପ୍ରଚଳନ କରିଛି, ଯାହା ଆଜି, ୪ ଅକ୍ଟୋବର, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଆପଣଙ୍କର ଚେକ୍ ଏବେ କିଛି ଘଣ୍ଟା ମଧ୍ୟରେ କ୍ଲିୟର ହୋଇଯିବ, ଏବଂ ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ପ୍ରାୟ ତୁରନ୍ତ ସ୍ଥାନାନ୍ତରିତ ହେବ।
ନୂତନ ଚେକ୍ କ୍ଲିୟରିଂ ନିୟମ ଦ୍ୱାରା କିଏ ପ୍ରଭାବିତ ହେବେ? ନୂତନ ନିୟମ କେବେ କାର୍ଯ୍ୟକାରୀ ହେବ?
୪ ଅକ୍ଟୋବର, ୨୦୨୫ ରେ, ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଦ୍ରୁତ ଚେକ୍ କ୍ଲିୟରନ୍ସ ପ୍ରଣାଳୀ ଆରମ୍ଭ କରିବାକୁ ବାଛିଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଜମା ହୋଇଥିବା ଚେକ୍ରୁ ଟଙ୍କା ସେହି ଦିନ ଆକାଉଣ୍ଟରେ ଜମା ହୋଇଯିବ, ଯାହା 1-2 ଦିନର ପୁରୁଣା ଅପେକ୍ଷାକୁ ଦୂର କରିଦେବ।
ବର୍ତ୍ତମାନ, ଚେକ୍ ଖାଲି ହେବା ପାଇଁ କିଛି ଦିନ ଲାଗେ। ନୂତନ ବ୍ୟବସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)କୁ ଏକ ନିରନ୍ତର ଚେକ୍ ଖାଲି ହେବା (CCC) ମୋଡ୍ ପ୍ରଚଳନ କରିବାକୁ ମଧ୍ୟ ଅନୁମତି ଦେବ। CCC ମୋଡ୍ରେ, ସକାଳ 10 ଟାରୁ ଅପରାହ୍ନ 4 ଟା ମଧ୍ୟରେ ଜମା ହୋଇଥିବା ଯେକୌଣସି ଚେକ୍ର ପ୍ରତିଛବି ଏବଂ ତଥ୍ୟ ତୁରନ୍ତ ସ୍କାନିଂ ହାଉସ୍କୁ ପଠାଯିବ। କ୍ଲିୟରିଂ ହାଉସ୍କୁ ସନ୍ଧ୍ୟା 7 ଟା ସୁଦ୍ଧା ଚେକ୍ ଖାଲି କରିବାକୁ ପଡିବ। ଯଦି ବ୍ୟାଙ୍କ ସେହି ସମୟ ସୁଦ୍ଧା ଉତ୍ତର ଦେଇନଥାଏ, ତେବେ ଚେକ୍ଟି ସ୍ୱୟଂଚାଳିତ ଭାବରେ କ୍ଲିୟର୍ ହୋଇଥିବା ବିବେଚନା କରାଯିବ।
ପର୍ଯ୍ୟାୟ 1 ଏବଂ ପର୍ଯ୍ୟାୟ 2 କ’ଣ?
ପର୍ଯ୍ୟାୟ 1: ଅକ୍ଟୋବର 4, 2025 ରୁ ଜାନୁଆରୀ 2, 2026 ପର୍ଯ୍ୟନ୍ତ, ବ୍ୟାଙ୍କ୍ଗୁଡ଼ିକ ଚେକ୍ ନିଶ୍ଚିତ କରିବା ପାଇଁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ସମୟ ପାଇବେ।
ପର୍ଯ୍ୟାୟ 2: ଜାନୁଆରୀ 3, 2026 ରୁ ବ୍ୟାଙ୍କ୍ଗୁଡ଼ିକ ଚେକ୍ ନିଶ୍ଚିତ କରିବା ପାଇଁ କେବଳ 3 ଘଣ୍ଟା ସମୟ ପାଇବେ। ଯଦି ଏକ ଚେକ୍ ସକାଳ 10 ଟାରେ ପଠାଯାଏ, ତେବେ ତାହା ଅପରାହ୍ନ 2 ଟା ସୁଦ୍ଧା କ୍ଲିୟର ହେବା ଆବଶ୍ୟକ।
ଏହି ଶେଷ ହ୍ରାସ କ୍ଲିୟରିଂ ପ୍ରକ୍ରିୟାକୁ ଅବିଶ୍ୱସନୀୟ ଭାବରେ ଦ୍ରୁତ କରିବ। ଆରମ୍ଭ କରିବା ପାଇଁ, ନୂତନ କ୍ଲିୟରିଂ ସିଷ୍ଟମ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସହରାଞ୍ଚଳରେ କ୍ଲିୟରିଂ ଗ୍ରୀଡ୍ରେ କାର୍ଯ୍ୟକାରୀ କରାଯିବ, ଏହା ପରେ ଖୁବ୍ ଶୀଘ୍ର ଏହାକୁ ସାରା ଦେଶରେ ବିସ୍ତାର କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ଗୁଣବତ୍ତା ଉନ୍ନତ କରିବ ଏବଂ ଚେକ୍ ପେମେଣ୍ଟକୁ ସୁଗମ କରିବ।
ଉଚ୍ଚ-ମୂଲ୍ୟର ଚେକ୍ ପାଇଁ RBI କ’ଣ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛି?
ଏହା ବ୍ୟତୀତ, RBI 5 ଲକ୍ଷ ଟଙ୍କାରୁ ଅଧିକ ଚେକ୍ ପାଇଁ ପଜିଟିଭ୍ ପେ ବାଧ୍ୟତାମୂଳକ କରିଛି, ଯେତେବେଳେ 50,000 ଟଙ୍କାରୁ ଅଧିକ ପାଇଁ ଏହା ଦୃଢ଼ ଭାବରେ ସୁପାରିଶ କରାଯାଇଛି। ପଜିଟିଭ୍ ପେ ଅଧୀନରେ ବୈଧ ଚେକ୍ ମଧ୍ୟ RBIର ବିବାଦ ସମାଧାନ ବ୍ୟବସ୍ଥା ଅଧୀନରେ ସୁରକ୍ଷିତ।
RBI ଘୋଷଣା କରିଥିଲା ଯେ ନିରନ୍ତର କ୍ଲିୟରିଂ ଏବଂ ସମାଧାନର ପର୍ଯ୍ୟାୟ 1 ଅକ୍ଟୋବର 4, 2025 ରେ ଆରମ୍ଭ ହେବ, ଏବଂ ପର୍ଯ୍ୟାୟ 2 ଜାନୁଆରୀ 3, 2026 ରେ ଆରମ୍ଭ ହେବ।
ଗ୍ରାହକମାନଙ୍କୁ ପ୍ରତ୍ୟାଖ୍ୟାନ ଏଡାଇବା ପାଇଁ ସମସ୍ତ ଚେକ୍ ବିବରଣୀ ସଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଉଛି। ଶବ୍ଦ ଏବଂ ଅଙ୍କରେ ଥିବା ପରିମାଣ ମେଳ ଖାଇବା ଉଚିତ, ତାରିଖ ବୈଧ ହେବା ଉଚିତ, ଏବଂ ଗ୍ରହୀତାଙ୍କ ନାମ କିମ୍ବା ପରିମାଣରେ କୌଣସି ପ୍ରକାରର ଅଧିକ ଲେଖାଯିବା ଉଚିତ୍ ନୁହେଁ। ଡ୍ରୟରଙ୍କ ଦସ୍ତଖତ ମଧ୍ୟ ବ୍ୟାଙ୍କର ରେକର୍ଡ ସହିତ ମେଳ ଖାଇବା ଆବଶ୍ୟକ।
କାହାଣୀର ହାଇଲାଇଟ୍ଗୁଡ଼ିକ
୪ ଅକ୍ଟୋବର, ୨୦୨୫ ରୁ ୨ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ, ବ୍ୟାଙ୍କଗୁଡ଼ିକ ଚେକ୍ ନିଶ୍ଚିତ କରିବା ପାଇଁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମୟ ପାଇବେ।
୩ ଜାନୁଆରୀ, ୨୦୨୬ ଠାରୁ, ବ୍ୟାଙ୍କଗୁଡ଼ିକ ଚେକ୍ ନିଶ୍ଚିତ କରିବା ପାଇଁ କେବଳ ୩ ଘଣ୍ଟା ସମୟ ପାଇବେ।
ଯଦି ସକାଳ ୧୦ଟାରେ ଚେକ୍ ପଠାଯାଏ, ତେବେ ଏହା ଅପରାହ୍ନ ୨ଟା ସୁଦ୍ଧା ଖାଲି ହେବା ଆବଶ୍ୟକ।
HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡ଼ିକ ସୂଚନା ଦେଇଛନ୍ତି ଯେ ସେମାନେ ଅକ୍ଟୋବର ୪ ରୁ ସମାନ ଦିନରେ ଚେକ୍ କ୍ଲିୟରାନ୍ସ ଆରମ୍ଭ କରିବେ।
HDFC, ICICI ବ୍ୟାଙ୍କ ଯୋଜନା କ’ଣ?
HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡ଼ିକ ସୂଚନା ଦେଇଛନ୍ତି ଯେ ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଦ୍ରୁତ ଏବଂ ଅଧିକ ସୁରକ୍ଷିତ ଦେୟ ପାଇଁ ଅଦ୍ୟତନ ସମାଧାନ ଢାଞ୍ଚା ଅନୁସରଣ କରି ଅକ୍ଟୋବର ୪ ରୁ ସମାନ ଦିନରେ ଚେକ୍ କ୍ଲିୟରାନ୍ସ ଆରମ୍ଭ କରିବେ।
]]>ସେଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସର ଅନ୍ୟାନ୍ୟ ନେତା ମାନେ ରାତ୍ର ଯାପନ କରିଥିଲେ। ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆଜି ସକାଳେ ପଟେରୁ ଠାରୁ ମାଲକାନଗିରି ସଦର ମହକୁମାରେ କଂଗ୍ରେସର ପଦଯାତ୍ରା ସମାପ୍ତ ହୋଇଥିଲା।

ସନ୍ଧ୍ୟା ୬ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟତଃ ଏହି ପଦଯାତ୍ରା ନାରୀଙ୍କୁ ନ୍ୟାୟ। ଓଡ଼ିଶାରେ ନାରୀମାନଙ୍କ ପ୍ରତି ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ହେଉଥିବା ବେଳେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା। ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା। ସେମାନଙ୍କୁ ସାର ଯୋଗାଇବା ସହିତ ଏନଏସି ପି ପ୍ରଦାନ କରିବା। ଆଦିବାସୀଙ୍କୁ ନ୍ୟାୟ, ଜଳ, ଜମି, ଜଙ୍ଗଲ ସୁରକ୍ଷା କରୁଥିବା। ବେକାରୀ ଯୁବକ ଯୁବତୀଙ୍କୁ ନ୍ୟାୟ। ସେମାନଙ୍କୁ ଚାକିରି ଯୋଗାଇବା ସହିତ ଯେପରି ଦାଦନ ନ ଯାଇ କାମ ପାଇବେ । ଖଣି ଖାଦାନରୁ ବିସ୍ଥାପିତଙ୍କୁ ଥଇଥାନ।
ସେହି ଭଳି ପୋଲାଭରମ ପ୍ରକଳ୍ପ ଦ୍ବାରା ମୋଠୁ ଓ ଅନ୍ୟାନ୍ୟ
ଅଞ୍ଚଳ ଜଳ ମଗ୍ନ ହେତୁ ସେମାନଙ୍କୁ ଦୀର୍ଘ କାଳୀନ ଥଇଥାନ। ଶ୍ରମିକଙ୍କୁ ନ୍ଯାୟ । ଯେପରିକି ଶ୍ରମିକମାନେ ଉଚିତ ପାରିଶ୍ରମିକ ପାଇବେ। ଭୂମି ହିନଙ୍କୁ ନ୍ୟାୟ, ଯେପରି କି ଭୂମି ଦି୍ହିନମାନଙ୍କୁ
ଜମି ଦେଇ ଥଇଥାନ କରିବା।ଏସବୁ ଉପରେ କଂଗ୍ରେସର ନେତାମାନେ ଆଲୋଚନା କରିଥିଲେ। ଗାଁ ଗାଁ ରେ କଂଗ୍ରେସ
କର୍ମଚାରୀମାନେ ପଦଯାତ୍ରା କରି ବର୍ତ୍ତମାନର ବିଜେପି ସରକାର
ଅନୁଶାସନ ବିରୁଦ୍ଧରେ ଜନମତ ସଂଗ୍ରହ କରିବା ଏବଂ କଂଗ୍ରେସ କୁ ତୃଣ ମୂଳ ସ୍ତରରେ ସୁଦୃଢ କରିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା। ଏହି ପଦଯାତ୍ରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ସଭାପତି ଭକ୍ତ ଚରଣ ଦାସ ନେତୃତ୍ବ ନେଇଥିଲା ବେଳେ ତାଙ୍କ ସହିତ ଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ବିଧାୟକ
ସୋନ୍ତୋଷ ସିଂ ସାଲୁଜା, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀନିବାସ ରାଓ (ଚିଟି ଭାଇ), ବିଧାୟକ ପ୍ରାର୍ଥୀ ମାଲା ମାଢି ପ୍ରମୁଖ। ଏହି ପଦଯାତ୍ରାରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ସାମିଲ୍ ହୋଇଥିଲେ । ସେମାନେ ବିଜେପି ସରକାର ଭୋଟ ଚୋର୍’ ଗଦି ଛୋଡ୍ ନାରା ଦେଉଥିବା ଜଣାପଡିଛି। ଏହା ଛଡା ଆଜି ଅନ୍ୟାନ୍ୟ ରାଜନୈତିକ ଦଳରୁ ଆସି କଂଗ୍ରେସରେ କିଛି ନେତା ଓ କର୍ମୀ ସାମିଲ୍ ହୋଇଥିଲେ। ଭକ୍ତ ଚରଣ ଦାସ ସେମାନଙ୍କୁ କଂଗ୍ରେସ ନୋଟିସ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।