ଛୋଳି ଗୁହ।ଳରେ ପିଲ। ଖାଉଛନ୍ତି ମଧ୍ୟାହ୍ନ ଭୋଜନ
ଛେଳି ଗୁହାଳରେ ପିଲା ଖାଉଛନ୍ତି ମଧ୍ୟାହ୍ନଭୋଜନ
ଗୋଷ୍ଠୀ କେନ୍ଦ୍ର, ମପଡା ଗୃହରେ ଚାଲିଛି ବିଦ୍ୟାଳୟ
ମୋରଡ଼ା, 21/8
ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏହି ବ୍ଲକ୍ ଅଧୀନ ଘାସମାରି ପ୍ରାଥମିକ ବିଦ୍ୟାଳୟ ବର୍ଷେ ହେଲା ଏକ ଗୋଷ୍ଠୀ କେନ୍ଦ୍ର ଏବଂ ମମତା ଗୃହରେ ଚାଲିଛି। ଏକ ପାଇ ପଡ଼ିଥିବା ଛେଳି ଗୁହାଳରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ରୋଷେଇ ହେବା ସହ ସେହିଠାରେ ହିଁ ପିଲାମାନେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ବହୁ ଧନଜୀବନ ନଷ୍ଟ ହେଉଛି । ଏହି ହାତୀ ଉପଦ୍ରବରୁ ବାଦ୍ ପଡ଼ିନାହିଁ, ଘାସମାରି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଘାସମାରି ଏବଂ କପ୍ତିପଦା ଗ୍ରାମର ପିଲାମାନଙ୍କ ପଢ଼ିବା ପାଇଁ
ପାଲ ପଡ଼ିଥୁବା ଛେଳି ଗୁହାଳରେ ପିଲାମାନେ ମଧ୍ୟାହ୍ନଭୋଜନ ଖାଉଛନ୍ତି।
ଘାସମାରି ଜଙ୍ଗଲ ନିକଟରେ ୧୯୮୯ରେ ଘାସମାରି ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ବିଦ୍ୟାଳୟର ବାଲବାଟିକାରୁ ପଞ୍ଚମ ଶ୍ରେଣୀ ଯାଏ ପିଲାମାନେ ପାଠ ପଢୁଥିଲେ। ତେବେ ଗତ ବର୍ଷ ରାତିରେ ହାତୀପଲ ଆସି ବିଦ୍ୟାଳୟର ପାଚେରି ଭାଙ୍ଗିବା ସହିତ ସମସ୍ତ ଶ୍ରେଣୀ
ଗୃହ ଏବଂ ଆସବାବ ପତ୍ର ଭାଙ୍ଗି ନଷ୍ଟ କରିଥିଲେ। ଭଙ୍ଗା ଶ୍ରେଣୀଗୃହରେ ପଢ଼ିବା ସମ୍ଭବ ନ ହେବା ତଥା ଛାତ୍ରୀଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଘାସମାରି ଗାଁରେ ଥିବା ଗୋଷ୍ଠୀ କେନ୍ଦ୍ର ଏବଂ ମମତା ଗୃହରେ ବର୍ଗମାନ ବିଦ୍ୟାଳୟ ଚାଲୁଛି।
ନାହିଁ କଠୋରିରେ ପିଲାଙ୍କୁ ପଢ଼ାଇବା କ କଷ୍ଟକର ହେଉଛି। ପ୍ରଧାନ ଶିକ୍ଷକ ବ୍ୟୁତ୍ ସଂଯୋଗ କି ପାଣି । ପାଇଁ ସୁବିଧା ବୋଲି ବିଦ୍ୟାଳୟର ପ୍ରଧାନ କୁଶାଲ ହେମ୍ବ୍ରମ କହିଛନ୍ତି। ଉପରୋକ୍ତ ଦୁଇ ଗ୍ରାମର ଗ୍ରାମବାସୀଙ୍କ ସୀଙ୍କ ସହମତିରେ ନୂତନ ବିଦ୍ୟାଳୟ ଗୃହ ପାଇଁ ଜାଗା ଚିହ୍ନଟ ହୋଇଥ୍ ଥିଲେ ମଧ୍ୟ ବର୍ତ୍ତମାନ ନୂତନ ଗୃହ ନିର୍ମାଣ ପାଇଁ କୌଣ ଣସି ଅନୁଦାନ ଆସିନାହିଁ। ତେଣୁ ଯଥାଶୀଘ୍ର ନୂତନ ବିଦ୍ୟାଳୟ ଓ ରୋଷେଇ ଗୃହ ନିର୍ମାଣ ସହ ନଳକୂପ ନଳକୂପର ବ୍ୟବସ୍ଥା ବ୍ୟବସ୍ଥା କରିବାକୁ ୱାର୍ଡ ସଦସ୍ୟ ଗାଜୁ ହେମ୍ବ୍ରମ, ସାକିଲା କିନ୍ତୁ ଏବଂ ଅନ୍ୟମାନେ ଦାବି କରିଛନ୍ତି। ରାସଗୋବିନ୍ଦପୁର ଭାରପ୍ରାପ୍ତ ବିଇଓ ବିଜୟ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଏବାବଦରେ ବିଡିଓଙ୍କ ସହିତ ଆଲୋଚନା ହୋଇଛି ଏବଂ ଯଥାଶୀଘ୍ର ନୂତନ ବିଦ୍ୟାଳୟ ଗୃହ ସହିତ ରୋଷେଇ ଗୃହ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।