Education

ଶ୍ରୀ ମ। ନଗରରେ ମହିଳାଙ୍କ ଛୁରୀ ଭୁଷି ହତ୍ଯା ଅଭିଯୁକ୍ତ ଧରିବ। ପ।ଇ ମୁମ୍ବାଇରେ ପୋଲିସ ଟିମ,

ଶ୍ରୀମା ନଗରରେ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା ଘଟଣା

ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇରେ ପୁଲିସ ଟିମ୍

ବ୍ରହ୍ମପୁର,18/8: ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ୨ୟ ଲାଇନ୍‌ରେ ଭଡ଼ା ଘରେ ରହୁଥ‌ିବା ଗାୟତ୍ରୀ ସ୍ବାଇଁଙ୍କୁ ଛୁରୀ ଭୂଷି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ଅଭିଯୁକ୍ତ ସୁନୀଲକୁ ଧରିବାକୁ ବ୍ରହ୍ମପୁର ପୁଲିସ୍ ଟିମ ମୁମ୍ବାଇରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଭିଯୁକ୍ତର ଛୁରା ମାଡ଼ରେ ଗୁରୁତର ହୋଇ ପଡିଥିବା ମୃତ ଗାୟତ୍ରୀଙ୍କ ଝିଅ ବର୍ଷାଙ୍କ ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଜାରି ରହିଛି। ସୂଚନାଯୋଗ୍ୟ ଯେ, ଯେ, ଶ୍ରୀମାନଗରରେ ଭଡ଼ାରେ ରହୁଥ‌ିବା ସ୍ବାମୀ ସାଧୁଚରଣ ସ୍ବାଇଁ କିଛି ମାସ ହେଲା ଭୁବନେଶ୍ଵରରେ ରହି କାମ କରୁଥିବା ଗାୟତ୍ରୀ ସ୍ବାଇଁ ଓ ୧୦ବର୍ଷର ଝିଅ ବର୍ଷା ଏଠାରେ ଭଡ଼ାରେ ରହୁଥିଲେ | ସପ୍ତାହ ପୂର୍ବେ ଗାୟତ୍ରୀ ଓ ତାଙ୍କ ଝିଅ

ଘରେ ଥିବା ବେଳେ ଜଣେ ଦୁର୍ବୃତ୍ତ ରାତିରେ ତାଙ୍କ ଘରେ ପଶି ଗାୟତ୍ରୀଙ୍କୁ ପୁଲିସ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ଲିସ ସନ୍ଦେହ କରୁଛି। ପୁଲିସ ତଦନ୍ତ ବେଳେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଛି। ଏପଟେ ପୁଲିସ ଗାୟତ୍ରୀଙ୍କ ମୋବାଇଲ କଲ ରେକଡର୍‌ରୁ ମଧ୍ୟ କିଛି ତଥ୍ୟା ହାସଲ କରିଥିଲା। ଏହାପରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ଏକ ଟିମ୍ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖୁଛି। ସୁନୀଲ ନାୟକ ଓରଫ ସୁନୀଲ ସ୍ବାଇଁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button