
ସୁନାବେଡ଼ା, ୧୨/୦୮: ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ସଂସ୍କୃତ ସପ୍ତାହ ପାଳନ କରାଯାଇଛି | ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ଡ଼କ୍ଟର ଏନ.ସି ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସଂସ୍କୃତ ଜ୍ଞାନର ଆବଶ୍ୟକତା ଉପରେ ଆଲୋଚନା କରି, ବିଦେଶୀ ଦେଶଗୁଡ଼ିକ କିପରି ଆମ ସଂସ୍କୃତ ପାଠକୁ ଗ୍ରହଣ କରି ସମସ୍ତ କ୍ଷେତ୍ରରେ ଅଗ୍ରସର ହୋଇପାରୁଛନ୍ତି ବୋଲି ଏହାର ଏକ ତୁଳନାତ୍ମକ ଯକ୍ତି ଦେଇଥିଲେ |
ଏଥି ସହ ସଂସ୍କୃତ ଭାଷାରେ ଲିଖିତ ବେଦ, ଉପନିଷେଦ, ରାମାୟଣ, ମହାଭାରତ, ଗୀତା ଆଦି ପାଠ କରିବା ଦ୍ୱାରା ଜଣେ ଜୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ଯୋଗ, ଆୟୁର୍ବେଦ, ଅନୁଶାସନ, ଏକାଗ୍ରତା, ସମୟାନୁବର୍ତ୍ତିତା, ଆଚାର ବ୍ୟବହାର ଆଦିରେ ପରିବର୍ତ୍ତନ ଉପରେ ମଧ୍ୟ ଆଲୋକପାତ କରିଥିଲେ |
ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ ଦାସ କାର୍ଯ୍ୟପରିଚାଳନା କରିବା ସହିତ ବିଭିନ୍ନ ଶ୍ଳୋକ ପାଠ କରି ସେଗୁଡିକର ଅର୍ଥ ମଧ୍ୟ ଛାତ୍ରୀମାନଙ୍କୁ ବୁଝାଇଥିଲେ | ସଂସ୍କୃତ ଭାଷାକୁ ସମ୍ମାନ ଦେବା ଏବଂ ଏହାର ପ୍ରଚାର ପ୍ରଶାର କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ | ଅଧ୍ୟାପିକା ଶ୍ରୀମତୀ ବାସନ୍ତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ |
ଓଡ଼ିଆ ବିଭାଗର ଅଧ୍ୟାପିକା ଶୁଶ୍ରୀ ବିନୁ ପ୍ରଧାନ ଛାତ୍ରୀମାନଙ୍କ ପାଇଁ ସଂସ୍କୃତ ଭାଷା ଏବଂ ଏହାର ଶ୍ଳୋକ ପଠନ ନିଙାତି ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ. ଛାତ୍ରିମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଛିତ ହୋଇଥିଲା | ଶ୍ଲୋକ ଆବୃତିରେ କେ. ରୂପା, ନିକିତା ରାଣୀ ପଟ୍ଟନାୟକ ଓ ଶକୁନ୍ତଳା ଶୁକ୍ରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ | ମହାବିଦ୍ୟାଳୟର କର୍ମଚାରୀ ଶ୍ରୀ ଅରୁଣ କୁମାର ଆଶ୍ଚାର୍ଯ୍ୟ ମଧ୍ୟ ସଂସ୍କୃତ ଶ୍ଳୋକ ପଠନ କରିଥିଲେ. ଶେଷରେ ଅଧ୍ୟପିକା ଶ୍ରୀମତୀ ସରିତା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ |
ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଟି ରେଗିଙ୍ଗ ଦିବସ ମଧ୍ୟ ପାଳନ କରାଯାଇଥିଲା | ଅଧ୍ୟକ୍ଷା ଉଷାରାଣୀ ଦାସ ରେଗିଙ୍ଗର ଅର୍ଥ ଏବଂ ଏଥିସହ ଜଡ଼ିତ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ. ଅଧ୍ୟାପିକା ରିଙ୍କି ଟାକ୍ରି ମଧ୍ୟ ଉକ୍ତ ବିଷୟ ବସ୍ତୁକୁ ବର୍ଣ୍ଣନା କରିଥିଲେ | ଛାତ୍ରୀମାନଙ୍କୁ ଏକ ଟେଲିଫିଲ୍ମ ଦେଖାଇ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ. ଅଧ୍ୟାପିକା ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ |