
ପାରଳାଖେମୁଣ୍ଡି,୨/୮: ଗଜପତି ଜିଲ୍ଲା କଂଗ୍ରେସ ଦଳ ତରଫରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ଏବଂ ଖାଲି ରହିଥିବା ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ ନିମନ୍ତେ ଏକ ଲିଖିତ ଦାବିପତ୍ର ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି.
ଜିଲ୍ଲା କଂଗ୍ରେସର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନିର୍ଦେଶକ୍ରମେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ସେବିକାମାନଙ୍କ ଖାଲି ପଡ଼ିଥିବା ପଦବୀ ପୁରାଣ ନିମନ୍ତେ ଚିକିତ୍ସାଳୟ ଅଧିକାରୀଙ୍କୁ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି.
ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ଓ ସେବିକାମାନଙ୍କ ଅଭାବ ଥିବା ଯୋଗୁଁ ଚିକିତ୍ସାଳୟରେ ଆସୁଥିବା ରୋଗୀମାନଙ୍କ ସେବାରେ ଅବହେଳା ହେଉଥିବା ଯୋଗୁଁ ଜିଲ୍ଲା କଂଗ୍ରେସ ତରଫରୁ ଇଶ୍ଵର ଚନ୍ଦ୍ର ମାଝୀ, ସଞ୍ଜୟ ଅଧିକାରୀ, ଅଶୋକ ଅଧିକାରି, ଜସ୍ମିନ୍ ଶେଖ୍, ପାର୍ଥରାଜ ପାଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି.