
ସୁନାବେଡ଼ା, 26/07: ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷାବିଭାଗର ଅଧ୍ୟାପିକା ଶ୍ରୀମତି ବାସନ୍ତି ପଟ୍ଟନାୟକ କରିଥିବା ସହିତ, ଆଜିର ଦିବସରେ 1999 ରେ ଦେଶ ପାଇଁ ଶହିଦ ହୋଇଥିବା ବୀର ଜବାନମାନଙ୍କୁ ସ୍ମରଣ କରିବା ଆମର କର୍ତ୍ତବ୍ୟ ବୋଲି ବର୍ଣ୍ଣନା କରିଥିଲେ |
ଅଧ୍ୟାପିକା ସରିତା ପରିଡା ଏନ.ସି. ସି ଗ୍ରାମ ଅଫିସର ସଭାକାର୍ଯ୍ୟ ଆରମ୍ଭ କରିବା ସହିତ, ଯୁଦ୍ଧର କାରଣ ଏବଂ ଶହୀଦମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ | ଶୁଶ୍ରୀ ଶୁଭଶ୍ରୀ ପରିଡା ୱାଇ ଆର ସି କାଉନସିଲର ଧନ୍ୟବାଦ ଅର୍ପଣ କରିବା ସହିତ, ଛାତ୍ରୀମାନଙ୍କୁ ଦେଶଭକ୍ତି ଜାଗ୍ରତ କରିବା ପାଇଁ ଆହ୍ୱାନ କରିଥିଲେ |
ଛାତ୍ରୀ ନିକିତା ରାଣୀ ପଟ୍ଟନାୟକ, ସୁଜାତା ଟାକ୍ରି ମଧ୍ୟ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ | ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରିମାନେ ଉପସ୍ଥତି ରହି ଦିବସକୁ ସଫଳ କରାଇଥିଲେ |