
ଭୁବନେଶ୍ବର/ଜୟପୁର/ଲକ୍ଷ୍ମୀପୁର, ୨୫/୭: କୋରାପୁଟ ଜିଲ୍ଲା ଜୟପୁର ସହରରେ ଓଡ଼ିଶା ଭିଜିଲାନ୍ସ କୁବେର ଡେପୁଟି ରେଞ୍ଜରଙ୍କୁ ଠାବ କରିଛି। ଘରୁ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ତାକୁ ଗଣିବା ଲାଗି ମେସିନ ଲଗାଯାଇଛି। ମଧ୍ୟାହ୍ନ ସୁଦ୍ଧା ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଭିଜିଲାନ୍ସ ଅଧିକାରୀ ପାଇଛନ୍ତି। ଟଙ୍କା ରଖିବାକୁ ଏକ ସିକ୍ରେଟ ଟ୍ରେଜରୀ ଥିବାବେଳେ ସେଥୁରୁ କୋଟିଏ ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ସୁନା ବିସ୍କୁଟ, ସୁନାମୁଦ୍ରା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ
ଆୟ ବହିର୍ଭୂତ ସମ୍ପରି ଠୁଳ ନେଇ ଭିଜିଲାନ୍ସ ପକ୍ଷରୁ ଜୟପୁର ବନଖଣ୍ଡ ଅନ୍ତର୍ଗତ ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘର ଉପରେ ଶୁକ୍ରବାର ଚଢ଼ଉ କରାଯାଇଥିଲା। ଜୟପୁର ଏବଂ ଭୁବନେଶ୍ବରର ୬ଟି ସ୍ଥାନରେ ଏହି ଚଢ଼ଉ କରାଗଲାବେଳେ ରେଞ୍ଜର ଦାୟିତ୍ବରେ ଥିବା ଡେପୁଟି ରେଞ୍ଜରଙ୍କର ଅଚଳାଚଳ ସମ୍ପରି ମିଳିଛି। ନଗଦ ଟଙ୍କା ଓ ସୁନା ଦେଖ୍ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ଯେତେ ଖୋଜୁଛନ୍ତି, ସେତେ ବାହାରୁଛି।
ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ରାମଚନ୍ଦ୍ର ନେପାକଙ୍କ ଘର ଉପରେ ଚଢ଼ଉରେ ୧ କୋଟି ୪୩ ଲକ୍ଷ ଟଙ୍କା ନଗଦ ମିଳିବା ସହିତ ୪ଟି ସୁନା ବିସ୍କୁଟ, ୧୬ଟି ୧୦ ଗ୍ରାମ ଲେଖାଏଁ ସୁନାମୁଦ୍ରା ମିଳିଛି ।
ଜୟପୁର ସହରର ଗୋଲଡେନ ହାଇଟ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୫୧୦ରେ ଏକ ସିକ୍ରେଟ
ଡେପୁଟି ରେଞ୍ଜରଙ୍କ ସମ୍ପତ୍ତି
ସିକ୍ରେଟ ଟ୍ରେଜେରୀରେ କୋଟିଏ ୩୮ ଲକ୍ଷ ୯୦ ହଜାର ଟଙ୍କା ଲୁଚାଇ ରଖୁଥୂଳେ
ସୁନା ମୁଦ୍ରା ସହ ଦେଢ଼କେଜି ଓଜନର ସୁନା ଓ ସାଢ଼େ ୪ କେଜି ରୁପା ଠାବ
ଭୁବନେଶ୍ବର ଓ ଜୟପୁରରେ ପ୍ଲଟ-ଫ୍ଲାଟ
ଟ୍ରେଜେରୀ ରଖ୍ ଶ୍ରୀ ନେପାକ ଟଙ୍କା ରଖୁଥିବାବେଳେ ସେଥୁରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ବାହାର କରାଯାଇଛି ।
ଜୟପୁରରେ ଏକ ବହୁତଳ ବିଶିଷ୍ଟ କୋଠା, ୨ଟି ଫ୍ଲାଟ, ଭୁବନେଶ୍ବରରେ ଗୋଟିଏ ଫ୍ଲାଟ, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ, ଦେଢ଼ କିଲୋଗ୍ରାମ ସୁନା, ୪ କିଲୋ ୬୩୭ ଗ୍ରାମ ରୁପା ଏବଂ ଗୋଟିଏ କିଆ କାର୍ଣ୍ଣେସ ଚାରିଚକିଆ ଗାଡ଼ି ମଧ୍ଯ ତାଙ୍କ ପାଖରେ ରହିଛି ।
ଭିଜିଲାନ୍ସ ପକ୍ଷରୁ ମେସିନ
ଲଗାଯାଇ ନେପାକଙ୍କ ଟଙ୍କା ଗଣାଯାଉଛି। ବ୍ୟାଙ୍କ ଡିପୋଜିଟ ଏବଂ ବିଭିନ୍ନ ଆର୍ଥିକ ସଂସ୍ଥାରେ ଜମାର ଖୋଳତାଡ଼ ଚାଲିଛି। ମିଳିଥିବା ସୂଚନାନୁଯାୟୀ ଜୟପୁର ସହରର ପିଆର ପେଟା ନିକଟ ଏନକେଟି ରୋଡ଼ରେ ୩ ହଜାର ୬୦୦ ବର୍ଗଫୁଟର ଏକ ବହୁତଳ କୋଠା ତାଙ୍କର ଥିବାବେଳେ ଭୁବନେଶ୍ବର ରଘୁନାଥପୁର ନିକଟ ଭଗବତୀ ମେନସନରେ ୧୮୦୦ ବର୍ଗଫୁଟର ୩ ବିଏଚକେ ଫ୍ଲାଟ, ଜୟପୁର ସହର
ପିଆର ପେଟା ଗୋଲଡେନ ହାଇଟ ଆପାର୍ଟମେଣ୍ଟରେ ୨ଟି ଫ୍ଲାଟ ଏବଂ ଜୟପୁର ସହରରେ ୨ଟି ପ୍ଲଟ ରହିଛି।
କୁବେର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଜନ୍ମ ୧୯୬୫ ମସିହାରେ । ତାଙ୍କର ମାସିକ ଦରମା ହେଉଛି ୬୯ ହଜାର ୬୮୦ ଟଙ୍କା ଏବଂ ଭତ୍ତା ମିଶାଇ ସେ ମାସକୁ ୭୬,୮୮୦ ଟଙ୍କା ପାଉଛନ୍ତି । କିନ୍ତୁ ଘରେ ଅଛି ନଗବ କୋଟିଏ ୪୩ ଲକ୍ଷ
ଗ୍ରାମ୍ୟ ଫରେଷ୍ଟ ୱାର୍କର ଭାବରେ ୧୯୮୯ ମସିହା ମାର୍ଚ ୯ ତାରିଖରେ ସେ ଚାକିରି ଆରମ୍ଭ କରିଥିଲେ। କୋରାପୁଟ ସାମାଜିକ ବନୀକରଣ ବନଖଣ୍ଡରେ ସେ କାମ ଆରମ୍ଭକରିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜୟପୁର ବନଖଣ୍ଡରେ ଅବସ୍ଥାପିତ କରାଯାଇଥିଲା। ଚାକିରିରେ ପଦୋନ୍ନତି ପାଇ ଜୟପୁର ବନଖଣ୍ଡର ଜୟପୁର ଫରେଷ୍ଟ ରେଞ୍ଜରେ ଏବେ ସେ ଡେପୁଟି ରେଞ୍ଜର ଅଛନ୍ତି । ଭାରପ୍ରାପ୍ତ ରେଞ୍ଜର ଭାବରେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ଭିଜିଲାନ୍ସ ଟିମ ପକ୍ଷରୁ ଜୟପୁର ଏନକେଟି ରୋଡ଼ରେ ଥୁବା ପୈତୃକ ଜମିର ଘର ଗୋଲଡେନ ହାଇଟ ଆପାର୍ଟମେଣ୍ଟର ଫ୍ଲାଟ, ଭୁବନେଶ୍ବରର ଭଗବତୀ ମେନସନରେ ଥିବା ଫ୍ଲାଟ, ଜୟପୁର ସହର ସୋମବାର ତୋଟାରେ ଥୁବା ଶ୍ବଶୁର ଘର, ଜୟପୁର ଫରେଷ୍ଟ ରେଞ୍ଜରେ ଥିବା ଅଫିସ ପ୍ରକୋଷ୍ଠରେ ଚଢ଼ଉ କରାଯାଇଛି। ଚଡ଼ରରେ ୬ ଜଣ ଭିଜିଲାନ୍ସ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢ଼ଉ ସରିଲେ ପୂର୍ଣାଙ୍ଗ ସମ୍ପତ୍ତି ତାଲିକା ପ୍ରକାଶ ପାଇପାରିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।