
ଜୟପୁର, ୨୫/୭ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଶୁକ୍ରବାର ଚଢଉ କରି ଜଣେ ବନାଞ୍ଚଳ ଅଧିକାରୀଙ୍କ ଘରୁ ଠାବ କରିଛି ଟଙ୍କାର ପାହାଡ଼ । କେବଳ ସେତିକି ନୁହେଁ, ଧରାପଡିଛି ଜଙ୍ଗଲୀ ବାବୁଙ୍କ ସୁନା ସଉଜ । ଘରୁ ଦେଢ କିଲୋ ସୁନା, ୪ କିଲୋ ୬୩୭ଗ୍ରାମର ରୂପା ଏବଂ ୧ କୋଟି ୪୩ ଲକ୍ଷ ୩୪ ହଜାର ନଗଦ ଟଙ୍କା, ୨ଟି ଚାରିଚକିଆ ଓ ୩ଟି ଦୁଇ ଚକିଆ ଯାନ ଆଦି ଜବତ କରାଯାଇଛି। ଏହାବ୍ୟତୀତ ୧୩୨ କୋଟିର ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି । ବାବୁଙ୍କ ବିପୁଳ ସମ୍ପରି ଦେଖ୍ ଭିଜିଲାନ୍ସ ଦଳ ତାଜୁବ ହୋଇପଡିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ତରଫରୁ ଜୟପୁର ବନାଞ୍ଚଳ ଅଧୂକାରୀ ରାମଚନ୍ଦ୍ର ନେପାକଙ୍କ ଘରେ ଚଢଉ କରାଯିବା ବେଳେ ଉପରୋକ୍ତ ପରିମାଣର ସମ୍ପତ୍ତି ଠାବ ହୋଇଛି। ୬ଟି ସ୍ଥାନରେ ଭିଜିଲାନ୍ସ ଦଳ ଏକକାଳୀନ ଚଢର କରିଥିଲେ। ରାମଚନ୍ଦ୍ର ନିଜେ ରହୁଥିବା ବାସଭବନରୁ ୪ ଲକ୍ଷ ୪୪ ହଜାର ନଗଦ ଟଙ୍କା, ତାଙ୍କର ଏକ ଆପାଟମେଣ୍ଟ ଫ୍ଲାଟର ଗୁପ୍ତ ଚାମ୍ବରରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା, ଏପରି ମୋଟ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଦେଖ୍ ଭିଜିଲାନ୍ସ ଦଳ ଆଚମ୍ବିତ ହୋଇ ଯାଇଛନ୍ତି । ଏଥିସହ ଅଧିକାରୀଙ୍କ ଘରୁ ୪ଟି ସୁନା ବିସ୍କୁଟ, ୧୬ଟି ସୁନା ମୁଦ୍ରା ଓ ରୂପା ସାମଗ୍ରୀ ସହ ଗହଣା ଠାବ ହୋଇଛି। ବନାଞ୍ଚଳ ଅଧିକାରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ୪ଟି ବ୍ୟାଙ୍କରେ ରହିଥିବା ୧୦ ଆକାଉଣ୍ଟରୁ ୧ କୋଟି ଉର୍ଦୁ ଟଙ୍କା ଜମା ଠାବ ହୋଇଛି।
ଜୟପୁର ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଆର.ଏନ. ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆଜି ଭୋରରେ ୬ଟି ଦଳ ଏକକାଳୀନ ବନ ଅଧିକାରୀଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢଉ କରିଥିଲେ। ଜୟପୁର ଏନ୍କେଟି ରୋଡସ୍ଥିତ ୩ଟି ବାସଭବନ, ହାଇଟ୍ ରେସିଡେଣ୍ଟାଲ ଆପାର୍ଟମେଣ୍ଟର ୫୧୦ ଓ ୫୧୧ ନମ୍ବର ଫ୍ଲାଟ୍, ସମ୍ପର୍କୀୟଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢଉ କରାଯାଇଥିଲା। ଏହି ସମୟରେ ଅନ୍ୟ ଏକ ଭିଜିଲାନ୍ସ ଦଳ ଭୁବନେଶ୍ବରସ୍ଥିତ ୟୁଏମଏସ ଭଗବତୀ ଚତ।ଉ ଜ।ରି ରଖିଛନ।