
ରାମନାଗୁଡା, ୧୮/୦୭: ଜୁଲାଇ ୨୦୨୫ ରିଖ ଶୁକ୍ରବାର ଦିନ ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୩ ତମ ଜନ୍ମ ଜୟନ୍ତୀ ମହୋତ୍ସବ ସଂଘର ଅନ୍ତରଝୋଲି (ଗୁମୁଡା) ରାମନା ଗୁଡା ବ୍ଳକ ଅନ୍ତର୍ଗତ ଆଶ୍ରମରେ ପାଳନ କରାଯାଇଛି ।
ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ୧୯୩୩ ମସିହା ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାରରେ ପିତା ଓଡ଼ିଆ ଗମାଙ୍ଗ ଓ ମାତା ଚନ୍ଦ୍ରମା ଦେବୀଙ୍କ କୋଳ ମଣ୍ଡନ କରି ପଦ୍ମପୁର ବ୍ଳକ ଅନ୍ତର୍ଗତ ଗୁଡିଆବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ବାଲ୍ୟକାଳରୁ ଐତିହାସିକ ମହାପୁରୁଷ ମାନଙ୍କୁ ଗୁରୁ ରୁପେ ସ୍ୱୀକାର କରି ନିଜର ନିରନ୍ତର ସାଧନା ବଳରେ ୧୯୬୮ ମସିହା ଏପ୍ରିଲ ମାସ ୧୪ ତାରିଖ ପଣା ସଂକ୍ରାନ୍ତି ସଂନ୍ଧ୍ୟାରେ ପରମ ସିଦ୍ଧି ଲାଭ କଲେ । ପ୍ରାପ୍ତ ସତ୍ୟଜ୍ଞାନକୁ ମାନବ ସମାଜର କଲ୍ୟାଣ ନିମନ୍ତେ ପ୍ରଦାନ କରିବାକୁ ଦିବ୍ୟ ଦର୍ଶନ ସଂଘ ପ୍ରତିଷ୍ଠାତା କଲେ ।
ବର୍ତମାନ ତାଙ୍କ ଦିବ୍ୟ ଦର୍ଶନ ସଂଘ ଜନ ସମାଜରେ ଜ୍ଞାନ ମାର୍ଗର ସାଧନା ଦ୍ବାରା ସତ୍ୟଜ୍ଞାନର ପ୍ରଚାର ପ୍ରସାର କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବାର ଉଦ୍ୟମ କରିଚାଲିଛି । ତାଙ୍କରି ପ୍ରଦର୍ଶିତ ମାର୍ଗରେ ତାଙ୍କରି ଶରଣାପନ୍ନ ଶିଷ୍ୟ ଶିଷ୍ୟା ମାନେ ପ୍ରତିବର୍ଷ ନିଜ ଗୁରୁଙ୍କର ଜନ୍ମ ଦିନକୁ ମହାଆଡମ୍ବର ସହ ଦିବ୍ୟ ଦର୍ଶନ ସଂଘର ଏକ ମହାନ ପର୍ବ ଭାବରେ ପାଳନ କରି ଆସୁଛନ୍ତି ।
ଚଳିତ ୯୩ ତମ ଜୟନ୍ତୀ ମହୋତ୍ସବରେ ସଂଘର ସେଣ୍ଟ୍ରାଲ ସଭାପତି ପୂଜ୍ୟ ରବୀନ୍ଦ୍ରନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ, ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ଏବଂ ପୂଜ୍ୟ ରାମକୃଷ୍ଣ ହୋତା ଭାଇ ଯୋଗଦାନ କରି ପ୍ରଥମେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ ପରେ ସତସଙ୍ଗ ମାଧ୍ୟମରେ ଗୁରୁଙ୍କର ଜୀବନ ଦର୍ଶନ ଓ ତାଙ୍କ ସାନିଧ୍ୟାନୁଭୂତି ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପଖଣ୍ଡ ଅଞ୍ଚଳର ପ୍ରାୟ ଅଢେ଼ଇ ହଜାର ଶିଷ୍ୟ ଶିଷ୍ୟା ଭାଇ ଭଉଣୀ ଓ ଆଧ୍ୟାତ୍ମିକ ପ୍ରେମି ସୁଧିଜନଙ୍କ ସମାଗମ ହୋଇଥିଲା । ଭାଇ ଭଉଣୀ ମାନଙ୍କ ଦ୍ୱାରା ୯୩ ୟୁନିଟ ରକ୍ତ ଦାନ କରାଯାଇଥିଲା । ବ୍ରହ୍ମ�