କୋର୍ଟ ନୋଟିସ କୁ ବେଖାତିର କରି ଫେରାର ଥିବା ଅଭିଯୁକ୍ତ ଗିରଫ

ମାଲକାନଗିରି,୧୮/୦୭: ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଜଣେ କୋର୍ଟ ଆଦେଶ କୁ ଅବମାନନା କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଙ୍କୁ ଗିରଫ କରି ପୁର୍ନବାର କୋର୍ଟ ଚାଲାଣ କରିଛନ୍ତି ।ମିଳିଥିବା ସୂଚନାନୁଯାୟୀ ବାଲିମେଳା ୮ ନଂ ୱାର୍ଡ ସ୍ଥିତ ଦୁର୍ଗା ସାହିର ପ୍ରଫୁଲ୍ଲ ପାଙ୍ଗି(୪୦) ନାମକ ବ୍ୟକ୍ତି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ୨୦୦୧ ମସିହାରେ ସେ ନିଜ ଗାଡ଼ିରେ ଜଣଙ୍କୁ ଧକ୍କା ଦେବା ଏବଂ ୨୦୦୭ ମସିହାରେ ଜଣେ ବ୍ୟକ୍ତି ଙ୍କୁ ଜୀବନ ରୁ ମାରିଦେବାକୁ ଚେଷ୍ଟା କରିଥିବା ମାମଲା ତାଙ୍କ ନାମରେ ରୁଜୁ ଥିଲା।
ତେଣୁ ଏହି ୨ ମାମଲାରେ ସେ ଜେଲ ସଜା କାଟି ଜାମିନରେ ବାହାରକୁ ଆସିଥିଲେ ହେଲେ ପରବର୍ତ୍ତୀ ସମୟରେ ସେ କୋର୍ଟ ନିର୍ଦ୍ଦେଶ ଦେଇ ଥିବା ଧାର୍ଯ୍ୟ ତାରିଖରେ କୋର୍ଟ ରେ ହାଜିର୍ ହେଉନଥିଲେ। ଏହିପରି ଭାବେ ସେ ବାରମ୍ବାର କୋର୍ଟ ନିର୍ଦ୍ଦେଶ କୁ ଅବମାନନା କରିବା ପରେ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଓରକେଲ ପୋଲିସ ଦୀର୍ଘ ବର୍ଷ ଧରି ପ୍ରଫୁଲ୍ଲ ପାଙ୍ଗି କୁ ଖୋଜା ଖୋଜି ଜାରି ରଖିଥିବା ବେଳେ କୋରାପୁଟ ଜିଲ୍ଲାର ପାଡୁଆ ରେ ସେ ରହିଥିବା ଖବର ପାଇଥିଲେ। ତେବେ ଆଜି ପାଙ୍ଗି ନିଜର କୌଣସି କାର୍ଯ୍ୟରେ ନିଜ ଘର ବାଲିମେଳା କୁ ଆସିଥିବା ବେଳେ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ଘରେ ଚଢ଼ାଉ କରିଥିଲେ। ଆଜି ଅଭିଯୁକ୍ତ ପ୍ରଫୁଲ୍ଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।