DIstrictEntertainmentNationNawarangpurOdisha

ନବରଙ୍ଗପୁର ଜିଲ୍ଲାର ନଅଟି ପ୍ରସିଦ୍ଧ ଶୈବ ପୀଠ

ନବରଙ୍ଗପୁର,୧୦/୦୭: ନବରଙ୍ଗପୁର ରେ ମଧ୍ୟ ଅନେକ ସ୍ଥାନରେ ଯେଉଁ ପୁରାତନ ପ୍ରତିଷ୍ଠିତ ଐତିହାସିକ ଶୈବପୀଠ ସମ୍ବନ୍ଧିତ ଲୋକ କଥା , କିମ୍ବଦନ୍ତୀ ଅଛି ଯାହା ସମସ୍ତେ ଅବଗତ ହେବା ସହ ଶିବଉକ୍ତ ମାନେ ନିଜର ସମୟ ସୁବିଧା ଅନୁସାରେ ମହାଦେବଙ୍କୁ ଦର୍ଶନ ପୂର୍ବକ ମନୋସ୍କାମନା ପୂର୍ଣ୍ଣ କରିପାରିବେ । ସେଥି ନିମନ୍ତେ ମୁଁ ଶିବ ଭକ୍ତ ମିହିର ଶଙ୍କର ପାତ୍ର ସଂକ୍ଷେପରେ ଆଲୋଚନା କରୁଛି ।
ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଉ ଏକ ପରିବର୍ତ୍ତିତ ମାନସିକତା ହେଲା ଗତ ଏକ ଦଶନ୍ଧି ଧରି କ୍ରମଶଃ ବୃଦ୍ଧି ପାଇ ଥିବା ଯୁବ ଶିବ ଭକ୍ତ ଯେଉଁମାନେ ‘କାଉଡିଆ’ଭାବେ ଅଭିହିତ ଓ ସୁପରିଚିତ । ଶ୍ରାବଣ ମାସରେ ବର୍ଷା ଶୀତରେ ଭିଜି ଭିଜି ବଂ ବଂ ଭୋଲେ , ଆମେ ତ କାଉଡିବାଲା ଇତ୍ୟାଦି ଭକ୍ତିଗୀତ ର ତାଳେ ତାଳେ ଖାଲି ପାଦରେ ଚାଲି ଚାଲି ଦୂରଦୂରାନ୍ତ ପଥ ଅତିକ୍ରମ କରି କାଉଡିରେ ଜଳପୂର୍ଣ୍ଣ କଳସ କୁ ନେଇ ବିଭିନ୍ନ ଶୈବ ପୀଠକୁ ପବିତ୍ରତା ପୂର୍ବକ ଯାଇ ଶିବ ଭଗବାନ ଙ୍କୁ ଜଳ ଅଭିଷେକ କରନ୍ତି ।ତାହା ଦେଖିବାକୁ ଯେତିକି ଆନନ୍ଦ ଦାୟକ ସେତିକି ଭକ୍ତି ପ୍ଲାବିତ ।
୧.କେଲିଆ ଶୈବପୀଠ
ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଶୈବପୀଠ ହେଲା ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ””
ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ କହିଲେ ଚାଲେ ଏଠାରେ ଶିବରାତ୍ରି ପୂର୍ବରୁ ଭକ୍ତ ମାନଙ୍କ ଭିଡ ଆରମ୍ଭ କହାଇଗଲାଣି | ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି | ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ରହଛିି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।
୨.ପାପଡାହାଣ୍ଡି ଶୈବପୀଠ
ନବରଙ୍ଗପୁର ଠାରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ଥିତ ଐତିହାସିକ ପାପଡାହାଣ୍ଡି ଶୈବପୀଠ । ଏହା ଯେତିକି ପୂରାତନ ସେତିକି ପ୍ରତିଷ୍ଠିତ।
୩.ପୋଡାଗଡ ଶୈବପୀଠ
ଏକ ଜୀର୍ଣ୍ଣଶୀର୍ଣ୍ଣ ଭଗ୍ନାବଶେଷ ମନ୍ଦିର କୁ ପରିବେଷ୍ଟିତ ସୁରମ୍ୟ ବନାନୀ ଅନେକ ଶିଳାଖଣ୍ଡ ଶିଳାଲେଖ ଓ ଶିଳାମୂର୍ତ୍ତି ସହ କିଛି ଭଗ୍ନାବେଶ ଏବଂ ଐଶ୍ଚର୍ଯ୍ଯପୂର୍ଣ ବିଭବ ଭରା ରାଜବଂଶ ଓ ଇତିହାସ ର ସ୍ବାକ୍ଷର ବହନ କରି ଆଜି ବି ନୀରବ ନିଶ୍ଚଳ ଭାବେ ଦଣ୍ଡାୟମାନ ପୋଡାଗଡ । ଏହାର ଇତିହାସ ଯେତିକି ରହସ୍ୟମୟ ସେତିକି ଗବେଷଣା ସାପେକ୍ଷ ।ଏହି ଦର୍ଶନୀୟ ସ୍ଥାନ ର ଦୂରତା ନବରଙ୍ଗପୁର ଠାରୁ ମାତ୍ର 52 ଧୋଡ୍ରା ଠାରୁ ଡାହାଣ ପଟେ ଏକ ପୋଷ୍ଟର୍ ଥିବା ରାସ୍ତା ଦେଇ ଯିବାକୁ ପଡେ ।
୪.ଗର୍ଭରାଇ ଶୈବପୀଠ
ନବରଙ୍ଗପୁର ସହର ଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ମୈଦଲପୁର ବ୍ଲକ ଅନ୍ତର୍ଗତ ଗର୍ଭରାଇ ଶୈବପୀଠ ଶିବଭକ୍ତ ଶୈବଙ୍କ ପାଇଁ ଯେତିକି ପବିତ୍ର ସେତିକି ଆକର୍ଷଣୀୟ
୫.ନବରଙ୍ଗପୁର ଶୈବପୀଠ
ନବରଙ୍ଗପୁର ସହର ରେ ଅନେକ ଗୁଡିଏ ଶିବ ମନ୍ଦିର ଥିବା ସତ୍ତ୍ବେ ରାଜୁ ସାହି ନିକଟସ୍ଥ ପ୍ରସିଦ୍ଧ ନୀଳକଣ୍ଠେଶ୍ବର ମନ୍ଦିର ସ୍ବତନ୍ତ୍ର ଏବଂ ପୁରାତନ ଅଟେ। କେବଳ ଯେ ଶିବରାତ୍ରୀ ବା କାର୍ତ୍ତିକ ସୋମବାର ଏଠି ପୂଜା ହୁଏ ଏବଂ ଲମ୍ବା ଧାଡି ଲାଗିଥାଏ ତା ନୁହେଁ ବରଂ ଅନ୍ୟ ସୋମବାର ଏବଂ ପର୍ବପର୍ବାଣି ରେ ମଧ୍ୟ ପ୍ରଭୁଙ୍କ ଆଶିଷ ପାଇଁ ଭକ୍ତ ମାନଙ୍କର ଭିଡ ଲାଗିରହେ । ପୂଜାରୀଙ୍କ ମତରେ ଏହି ମନ୍ଦିର 1818 ଖ୍ରୀଷ୍ଟାବ୍ଦ ରୁ ପ୍ରତିଷ୍ଠିତ ଏବଂ ସେହି ସମୟରୁ ନୀଳ କଣ୍ଠେଶ୍ବର ଙ୍କର ରୀତିମତ ପୂଜା ଅନୁଷ୍ଠିତ ହୋଇ ଆସୁଛି ।
୬.ପାରୁଆ ଶୈବପୀଠ
ରାଇଘର ବ୍ଲକ୍ ଠାରୁ ମାତ୍ର 4 କିଲୋମିଟର ଦୂରରେ ଅବସ୍ଥିତ ଏହି ପାରୁଆ ଶୈବପୀଠ । ଏହି ଅଞ୍ଚଳରେ ‘ଗଣ୍ଡ’ ସଂପ୍ରଦାୟ ଆଦିବାସୀ ଓ ଅନ୍ୟମାନଙ୍କର ଶ୍ରଦ୍ଧା ବିଶ୍ବାସ ପୂଜା ଓ ଯାତ୍ରା ର ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଅଟେ ଏଠାରୁ ଅନତି ଦୂରରେ ରାଣୀପଦର ଗାଁ ଦୃଶ୍ୟାମାନ । ପଦର ମାନେ ସାହି । ଅତଏବ ଏଠାରେ ରାଣୀ ମାଁ ଙ୍କ ଅବସ୍ଥାନ ପଡୋଶୀ ରାଜ୍ୟ ବସ୍ତର ରାଜ ପରିବାର ରାଜବଂଶ ସହ ଜଡିତ ଥିବା କିଛି ରହସ୍ୟ ଓ କିମ୍ବଦନ୍ତୀ ଶ୍ରୁତିଗୋଚର ହୁଏ । ରାଇଘର ନିକଟସ୍ଥ ରାଣୀଗୁମ୍ଫା ସହ ମଧ୍ୟ ଶୈବ ପୀଠର କିଛି ଲୁକ୍କାୟିତ ତଥ୍ୟ ଲୋକମୁଖରେ ଶୁଣିବାକୁ ମିଳେ ଯାହାର ସତ୍ୟତା ଓ ବିବରଣୀ ହୁଏତ ଭବିଷ୍ୟତରେ ପ୍ରକଟ ହୋଇପାରେ ଯଦି ଗବେଷଣା କରାଯାଏ ।
୭.ମାଣ୍ଡା ଡଙ୍ଗରୀ ଶୈବପୀଠ
ନବରଙ୍ଗପୁର ର ଅନ୍ୟ ଏକ ଆକର୍ଷଣ ହେଲା ଏଠାରୁ ମାତ୍ର 11 କିଲୋମିଟର ଦୂରରେ ଥିବା ଚଟାହାଣ୍ଡି ନିକଟସ୍ଥ ମାଣ୍ଡାଡଙ୍ଗରୀ ଶୈବ ପୀଠ । ଡଙ୍ଗରୀ ଅର୍ଥ ପାହାଡ । ଅତଏବ ଏହା କୁ କୈଳାସ ପର୍ବତର ମାନ୍ୟତା ଦେଇ ନିରୀହ ଆଦିବାସୀ ମାନେ ତାଙ୍କ ଦେବତା ଈଶ୍ବରଙ୍କୁ ଯେଉଁ ପରି ଭାବେ ଭକ୍ତିପୂତ ପ୍ରାଣରେ ପ୍ରତିଷ୍ଠିତ କରନ୍ତି ତାହା ଅନନ୍ୟ । ମନ୍ଦିର ପ୍ରାଙ୍ଗଣରେ ଶିବ ପାଦୁକା ସ୍ବରୁପ ଝରି ଯାଉଥିବା ନିର୍ଝରିଣୀ ଏହି ପବିତ୍ର ସ୍ଥାନକୁ ଅଧିକ ନୈସର୍ଗିକ ଓ ଉପଭୋଗ୍ଯ କରିଥାଏ । ଏହାର ବିଶେଷତା ହେଲା ଶିବରାତ୍ରୀ ପରଦିନ ଏଠାରେ ଅନୁଷ୍ଠିତ ଯାତ୍ରା ଏବଂ ପ୍ରବଳ ଜନସମାଗମ ର ଏକ ଅପୂର୍ବ ଦୃଶ୍ୟ
୮.ଚନ୍ଦନଧାରାର ଶୈବପୀଠ
ଝରିଗାଁ ବ୍ଲକର ସାନଟେମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଚନ୍ଦନଧାରା ଜଳପ୍ରପାତର ସୁଶୋଭିତ ସୁଷମା ଦୃଷ୍ଟିଗୋଚର ହୁଏ । ନବରଙ୍ଗପୁର ସହର ରୁ ଏହାର ଦୂରତା ଯଦିଚ 100 କିଲୋମିଟର ଡାବୁଗାଁ ପଟରୁ ଜାଣିବା ଲୋକ ଯା’ନ୍ତି ଯଦ୍ବାରା ବାଟର ଦୂରତା ବହୁତ କମିଯାଏ ।
.୯.ଘୁମରେଶ୍ବର ଶୈବପୀଠ
ଏହି ଶୈବପୀଠ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ଠାରେ ଅବସ୍ଥିତ । ଏହା ଉଭୟ ଶୈବପୀଠ ଏବଂ ପର୍ଯ୍ୟଟନସ୍ଥଳୀ ହିସାବରେ ଜଣାଶୁଣା ଏବଂ ପ୍ରାୟ ବର୍ଷ ସାରା ଲୋକଙ୍କ ୟାତାୟାତ ଜାରି ରହିଥାଏ।ଏହିକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଚୀନତମ ଐତିହାସିକ ସର୍ବଶ୍ରେଷ୍ଠ ଶୈବପୀଠ ‘ଗୁପ୍ତେଶ୍ବର’ ଙ୍କ ପରେ ଲୋକେ ଘୁମରେଶ୍ବର କୁ ଦ୍ବିତୀୟ ଗୁପ୍ତେଶ୍ବର ର ମାନ୍ୟତା ଦେଲେଣି ।

ଜିଲ୍ଲାର ଅନେକ ଶିବ ମନ୍ଦିର ର ଅବସ୍ଥିତି ସତ୍ତ୍ବେ ଉପରୋକ୍ତ ନଅ ଗୋଟି ପ୍ରସିଦ୍ଧ ଶୈବପୀଠ ର ସ୍ବତନ୍ତ୍ର ବୈଶିଷ୍ଠ୍ୟତା , ଅଲୌକିକତା, ଐତିହାସିକତା , ଆଧ୍ୟାତ୍ମିକତା, ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ବର୍ଗୀୟ ବାତାବରଣ ରେ ଭରି ରହିଥିବା ପ୍ରାଚୁର୍ଯ୍ୟତା ଯେ ନିଶ୍ଚିତ ଭାବେ ନବରଙ୍ଗପୁର ଜିଲ୍ଲାର ଧର୍ମ ,ସଂସ୍କୃତି ଓ ସାହିତ୍ୟ ର ଏକ ବଳିଷ୍ଠ ଉତ୍ସ ଓ କେନ୍ଦ୍ରସ୍ଥଳୀ ଏହା କହିବା ଅତ୍ଯୁକ୍ତି ହେବ ନାହିଁ ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button