DIstrictEducationNationOdishaPoliticsRayagada

ପିଉସୀ ଘରକୁ ଯିବା ପାଇଁ ବାହାରିଥିବା ଦିବ୍ୟାଙ୍ଗ ଯୁବତୀ ନିଖୋଜ

ପାରଳାଖେମୁଣ୍ଡି,୦୫/୦୭: ଗଜପତି ଜିଲ୍ଲାରେ ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ପିଉସୀ ଘରକୁ ଯିବା ପାଇଁ ବାହାରିଥିଲେ. ହେଲେ ପ୍ରାୟ 2 ସପ୍ତାହ ବିତିଲା. ତଥାପି ସେ ପିଉସୀ ଘରକୁ ଯାଇନାହିଁ. କିମ୍ବା ଘରକୁ ଫେରିନାହିଁ. ଘଟଣାରୁ ପ୍ରକାଶ, ମୋହନା ଥାନା ଅଣ୍ଡିରାଗଡ଼ ଗାଁର ଦିବ୍ୟାଙ୍ଗ ଯୁବତୀ ଗାୟତ୍ରୀ ପାଇକ (୨୫) ନିଖୋଜ ହୋଇଛନ୍ତି. ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି l

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଯୁଧିଷ୍ଠିର ପାଇକଙ୍କ ଝିଅ ଗାୟତ୍ରୀ ଗତ ୨୧ ତାରିଖ ଦିନ ତଇଲ ଗାଁରେ ଥିବା ତାଙ୍କ ପିଉସୀ ଘରକୁ ଯିବା ପାଇଁ ବାହାରିଥିଲେ | ତେବେ ସେ ନିଜ ପିଉସୀ ଘରକୁ ଯାଇନଥିବା ଖବର ପାଇ ବିଭିନ୍ନ ସ୍ଥାନରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଗାୟତ୍ରୀ କଥା କହିପାରୁ ନଥିବା ବେଳେ ତାଙ୍କ କାନକୁ ମଧ୍ୟ ଶୁଭୁନାହିଁ I ତେଣୁ ସେ କେଉଁ ଆଡେ ଯାଇଛନ୍ତି ଜଣା ପଡୁନାହିଁ । ଏନେଇ ଏକ ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button