DIstrictEducationNationOdishaPoliticsRayagada

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମେଟୁ ଗ୍ରାମରେ ଥିବା ଏକ ଛାତ୍ରୀ ନିବାସକୁ ବନ୍ଦ କରିବା ଦାବି ନେଇ ଉତ୍ତେଜନା

ପାରଳାଖେମୁଣ୍ଡି, ୦୫/୦୭: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଆମ୍ବାଝରି ମେଟୁ ଗ୍ରାମରେ ରହିଥିବା ଏକ ଛାତ୍ରୀ ନିବାସକୁ ବନ୍ଦ କରିବା ଦାବି ନେଇ ଉତ୍ତେଜନା ପ୍ରକାଶ ପାଇଛି. ଏହି ଛାତ୍ରୀ ନିବାସଟି ବେଆଇନ ଭାବେ ଚାଲୁଥିବା ସହ ଏହି ଅଞ୍ଚଳର ଜନ ସାଧାରଣଙ୍କ ଶାନ୍ତି ଶୃଙ୍ଖଳା ଜୀବନରେ ବାଧା ସୃଷ୍ଟି କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରି ଘଟଣା ନେଇ ଛାତ୍ରୀ ନିବାସକୁ ତଦନ୍ତ ପାଇଁ ଆସିଥିବା ଟିମ ସହ ଗ୍ରାମବାସୀମାନେ ଗତକାଲି ମୁହାଁମୁହିଁ ହେବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

ଗ୍ରାମରେ ରହିଥିବା ଛାତ୍ରୀ ନିବାସକୁ ବନ୍ଦ କରିବା ଦାବି ନେଇ ଗତ ବହୁ ଦିନ ହେଲା ସେହି ଅଞ୍ଚଳବାସୀଙ୍କ ଦାବି ରହି ଆସିଛି. ଦୀର୍ଘ ଦିନରୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ତରରେ ଏହି ଛାତ୍ରୀ ନିବାସକୁ ବନ୍ଦ କରିବା ପାଇଁ ବହୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣାପଡିଛି । ଗତକାଲି ଏନସିପିସିଆରଙ୍କ ନିର୍ଦ୍ଦେଶନାମାନୁସାରେ ପ୍ରଶାସନର ଦୁଇ ଜଣିଆଟିମ ଗାରାବନ୍ଧ ପୋଲିସ ସହ ଆମ୍ବାଝରି ମେଟୁ ଗ୍ରାମରେ ତଦନ୍ତ ପାଇଁ ପହଞ୍ଚିଥିଲେ ।ଏହାକୁ ଦେଖି ଉକ୍ତ ଛାତ୍ରୀ ନିବାସକୁ ବନ୍ଦ କରିବାପାଇଁ ଗ୍ରାମବାସୀ ଜିଦରେ ଅଡିବସିବା ସହ ତଦନ୍ତକାରୀ ଦଳ ଓ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ସେପଟେ ଏହି ଛାତ୍ରୀ ନିବାସଟି ଏକ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଥିବା ବେଳେ ବ୍ୟାପକ ଅନିୟମିତତା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମ ଗ୍ରାମ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଭଳି ସ୍ଥିତି ସୃଷ୍ଟି କରାଯାଉଥିବା ଗଣମାଧ୍ୟମ ସମ୍ମୁଖରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉତ୍ତେଜନା ପରିସ୍ଥିତି ମଧ୍ୟରେ ତଦନ୍ତକାରୀ ଦଳ ବହୁ ସମୟ ଧରି ବିଭିନ୍ନ ନଥିପତ୍ରର ଯାଞ୍ଚ କରିବା ସହ ହୋଇଥିବା ଅଭିଯୋଗ ଗୁଡିକର ଯାଞ୍ଚ କରିଥିଲେ । ଏହି ଦୁଇ ଜଣିଆ ତଦନ୍ତକାରୀ ଦଳରେ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ ତଦନ୍ତ କରିଛନ୍ତି. ଏନେଇ ଏହି ୨ ଅଧିକାରୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଏହି ଛାତ୍ରୀ ନିବାସ ବିରୋଧରେ ସାଧାରଣଙ୍କ ଅଭିଯୋଗ ଓ ବିଭିନ୍ନ ସରକାରୀ ନୀତି ନିୟମର ଅନୁଧ୍ୟାନ ଓ ତଦନ୍ତ କରାଯାଇଛି. ଏହାର ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ. ଜିଲ୍ଲାପାଳ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରାଯିବ. ହେଲେ ଏନେଇ ଗ୍ରାମବାସୀ କହିଛନ୍ତି ବେଆଇନ ଭାବେ ଚାଲିଥିବା ଏହି ଛାତ୍ରୀ ନିବାସକୁ ତୁରନ୍ତ ବନ୍ଦ କରାନଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ରହିବୁ.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button