BusinessDIstrictEducationEntertainmentNationOdishaPoliticsRayagada

ପାରଳାଖେମୁଣ୍ଡି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି, ୦୫/୦୭: ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ବାହୁଡା଼ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସାମଗମ ହୋଇଥିବା ଦେଖିବାକୁ ମିଳିଛି. ଆଜି ସକାଳୁ ସମସ୍ତ ନୀତି ନିୟମ ଅନୁଯାୟୀ ତିନି ଠାକୁରଙ୍କୁ ମଙ୍ଗଳ ଆଳତୀ ପ୍ରଦାନ କରାଯାଇ ପୂଜା ପାଠ କରାଯାଇ ଥିଲା. ପରେ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ପ୍ରଥମେ ଶ୍ରୀବଳଭଦ୍ର, ଦ୍ଵିତୀୟରେ ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପୂଜକ ଶ୍ରଦ୍ଧାଳୁ ଓ ଭକ୍ତମାନେ ପହଣ୍ଡି କରି ତିନି ରଥକୁ ବିଜେ କରିଥିଲେ.

ପରେ ରଥାରୂଢ ତିନି ଠାକୁରଙ୍କୁ ପାରଳା ରାଜ କୁମାରୀ କଲ୍ୟାଣୀ ଦେବୀ ତିନି ରଥରେ ପହଞ୍ଚି ଛେରା ପହଁରା କାର୍ଯ୍ୟକ୍ରମ କରିବା ସହ ତିନି ଠାକୁରଙ୍କୁ ପୂଜା ପାଠ କରି ସର୍ବ ଜନ ହିତ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ. ଅପରାହ୍ନରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଙ୍କୁ ଟଣା ଆରମ୍ଭ ହୋଇଥିଲା. ଦ୍ବିତୀୟରେ ମା ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ. ଶେଷରେ ଶ୍ରୀଜଗନ୍ନାଥଙ୍କ ରଥକୁ ଟଣା ଯାଇଥିଲା. ତିନି ଗୋଟି ରଥ ରାଜଦାଣ୍ଡର ମଧ୍ୟଭାଗରେ ଅଟକି ରହିଛି. ଆସନ୍ତାକାଲି ତିନି ଠାକୁର ସୁନା ବେଶ ରେ ରଥ ଉପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବେ. ତିନି ରଥରେ ଆଜିର ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବେ ସଫଳ ରୂପାୟନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଓ ବହୁ ବ୍ୟବସ୍ଥା ଗ୍ରହଣ କରାଯାଇଛି. ଆଜିର ଚଳିତ ବର୍ଷ ବାହୁଡା ଯାତ୍ରାରେ ସମଗ୍ର ଗଜପତି ଜିଲ୍ଲା, ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସାମଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button