BusinessDIstrictEducationHealthNationOdishaPoliticsRayagada

ପାରଳାଖେମୁଣ୍ଡି ଦୋଳବନ୍ଧ ରୋଡ ବାସିନ୍ଦା ଦମ୍ପତି ବିଭିନ୍ନ ଲୋକଙ୍କୁ ପ୍ରଲୋଭନ ଦେଖାଇ ୩୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା, ଟଙ୍କା ନେଇ ଠକି ଫେରାର

ପାରଳାଖେମୁଣ୍ଡି,୦୫/୦୭: ଗଜପତି ଜିଲ୍ଲାରେ ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ସାଧାରଣ ଲୋକଙ୍କୁ ବିଭିନ୍ନ ଭାବେ ପ୍ରଲୋଭିତ କରି କୋଟି କୋଟି ଟଙ୍କା ଟଙ୍କା ଠକି ଏକ ଦମ୍ପତି ପାରଳାଖେମୁଣ୍ଡି ସହରର ଫେରାର ହୋଇଯାଇଛନ୍ତି. ଏହି ଦମ୍ପତ୍ତି ପ୍ରଥମେ ଋଣ ନେବାରେ ସହାୟତା କରି ଉଦ୍ଦେଶ୍ୟ ପୂରଣ କରି ଅଧିକା ଲୋଭ ଦେଖାଇ ପରେ ଏକାଧିକ ସଫ ସହାୟିକା ଗୋଷ୍ଠୀ ନାମରେ ଋଣ ଉଠାଇ ସମସ୍ତ ଟଙ୍କା ଠକି ନେଇଛନ୍ତି.

ଏପରିକି ସେମାନେ ବିଶ୍ଵାସ ଜନ୍ମାଇ ଅନେକଙ୍କ ଠାରୁ ସୁନାଗହଣା ନେଇ ମହିଳାଙ୍କ ଉପରେ ଋଣବୋଝ ଲଦି ଦେଇ ପଳାଇଛନ୍ତି। ଏବେ ଋଣ କେମିତି ସୁଝିବେ ସେ ନେଇ ଚିନ୍ତାରେ ଲୋକେ. ଏଠାରେ ସୂଚନା ଯୋଗ୍ୟଯେ, ପାରଳାଖେମୁଣ୍ଡି ଦୋଳଟାଙ୍କି ରୋଡ଼ର ଝିଲି ସାହୁ, ସ୍ବାମୀ ଉଦୟନାଥ ସାହୁ ଓ ତାଙ୍କ ପରିବାରର ଦିନେଶ ସାହୁ ଓ ଖୁସି ସାହୁ ନାମରେ ହୋଇଛି ଏଭଳି ସାଂଘାତିକ ଅଭିଯୋଗ | ଅଭିଯୋଗ ପ୍ରକାରେ ସୁଚିନ୍ତିତ ଚକ୍ରାନ୍ତ କରି ଏକ ପ୍ରାଇଭେଟ୍ ଲୋନ ସେଣ୍ଟର ଖୋଲିଥିଲେ. ଝିଲି ସାହୁ ଓ ତାଙ୍କ ସ୍ବାମୀ ବିଭିନ୍ନ ବ୍ୟାଙ୍କ ସହ ଭଲ ସମ୍ପର୍କ ଅଛି ବୋଲି କହି ସହଜରେ ରଣ କରାଇଦେବେ କ‌ହି ପ୍ରଥମେ ଛୋଟମୋଟ ଲୋନ କରି ବିଶ୍ଵାସଭାଜନ ହେବା ପରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଅନେକଙ୍କ ନାମରେ ଋଣ କରି ୧ କୋଟି ୩୮ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ବହୁ ଦିନ ତଳେ ଅଭିଯୋଗ ହୋଇଛି। ଠକାମୀର ଶିକାର ହୋଇଥିବା ମହିଳାଙ୍କ ତାଲିକା ଲମ୍ବା। ଏହାଛଡ଼ା ଏହି ମାୟାବୀ ମହିଳାଙ୍କ ଜାଲରେ ଫସି ସର୍ବସ୍ୱାନ୍ତ ହୋଇଛନ୍ତି ଅନେକ ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ରାଜନେତା । ସେମାନଙ୍କ ଠାରୁ ଠକି ନେଇଥିବା ଅର୍ଥର ପରିମାଣ ପ୍ରାୟ ୩୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଝିଲି ସାହୁଙ୍କ ନାମରେ ଥାନାରେ ଏତଲା ଦିଆଯିବାର ଆଜିକୁ ୪ ମାସ ହେଲାଣି, କିନ୍ତୁ ଏଯାଏଁ ପୁଲିସ ପତ୍ତା ପାଉନି। ଇତିମଧ୍ୟରେ ହାଇକୋର୍ଟରେ ସ୍ବାମୀ-ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ନାମରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ସ୍ବାମୀ-ସ୍ତ୍ରୀର ଜାମିନ ନାମଞ୍ଜୁର କରିଛନ୍ତି ଏବଂ ପରିବାରର ଅନ୍ୟ ଦୁଇ ଜଣଙ୍କୁ ତଦନ୍ତରେ ପୁଲିସକୁ ସହଯୋଗ କରିବାକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ | ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ତତ୍ପରତା ପ୍ରକାଶ କରୁ ନଥିବା ଅଭିଯୋଗ ହୋଇଛି | ବାରମ୍ବାର ଥାନାର ଦ୍ବାରସ୍ଥ ହୋଇ ନିରାଶ ହୋଇପଡ଼ିଥିବା ବେଳେ ବ୍ୟାଙ୍କର ଚାପରେ ଚିନ୍ତାଗ୍ରସ୍ତ ଓ ଠକାମୀର ଶିକାର ହୋଇଥିବା ରୁକୁଣା ପ୍ରଧାନ, ସଙ୍ଗୀତା ନାୟକ, ଜ୍ୟୋସୂନା ମିଶ୍ର, ଅନିମିତା ପାଢୀଙ୍କ ସହ ବହୁ ମହିଳା ଅଭିଯୋଗ କରିଛନ୍ତି I ବର୍ତ୍ତମାନ ଏହି ଘଟଣା ନେଇ ମହିଳାମାନେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ପୁଣି ଲିଖିତ ଅଭିଯୋଗ କରିଛନ୍ତି. ଏସପି ଶ୍ରୀ ପଣ୍ଡା ଏହାର ଆବଶ୍ୟକ ତଦନ୍ତ କରାଯାଇ ତୁରନ୍ତ ଏଥିରେ ସମ୍ପୃକ୍ତଙ୍କୁ ଗିରଫ କରାଯିବ ବୋଲି ମହିଳାମାନଙ୍କୁ ସୂଚନା ଦେଇଛନ୍ତି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button