DIstrictEntertainmentHealthOdishaRayagada

ଗଜପତି : ନିଖୋଜ ଯୁବକଙ୍କୁ ହତ୍ୟା ପରେ ପଥର ବାନ୍ଧି ଡ୍ୟାମ୍‌କୁ ଫିଙ୍ଗି ଦେବା ଘଟଣାରେ ପୋଲିସ କିଛି ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି

ପାରଳାଖେମୁଣ୍ଡି:୨୬/୫ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ କଡ଼ମାସିଂ ଗ୍ରାମର ଜଣେ ନିଖୋଜ ଯୁବକଙ୍କ କ୍ଷତାକ୍ତ ମୃତଦେହ ନିକଟସ୍ଥ ନୂଆସାହି ଡ୍ୟାମରୁ ଉଦ୍ଧାର କରିଛି ପୁଲିସ | ଯୁବକ ଜଣକର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିବା ପରେ ମୃତଦେହରେ ପଥର ବାନ୍ଧି ଡ୍ୟାମରେ ଫିଙ୍ଗି ଦିଆଯାଇଛି। ଏହି ଘଟଣା ରେ ଆଜି ପୋଲିସ ଶବ ବ୍ୟବଚ୍ଛେଦ ସାରି ମୃତକଙ୍କ ପରିବାରବର୍ଗଙ୍କୁ ପୋଲିସ ଶବକୁ ହସ୍ତାନ୍ତର କରିଛି. ଅତ୍ୟନ୍ତ ଶୋକାକୁଳ ପରିବେଶରେ କଡ଼ମାଂସି ଗ୍ରାମରେ ଶବ ସତ୍କାର ହୋଇଯାଇଛି. ପୋଲିସ ଘଟଣା ନେଇ କିଛି ଜଣକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କଡ଼ମାସିଂ ଗ୍ରାମର ରାମଚନ୍ଦ୍ର ନାୟକ ତିନି ଦିନ ପୂର୍ବରୁ ପରିବାର ଲୋକଙ୍କ ସହ ଧାନ ତଳି ରୋଇବାକୁ ବିଲକୁ ଯାଇଥିଲେ |

କାମ ସରିବା ପରେ ପରିବାର ଲୋକେ ଘରକୁ ଆସିଯାଇଥିବା ବେଳେ ରାମଚନ୍ଦ୍ର ଡ୍ୟାମରେ ଗାଧୋଇ ପରେ ଆସିବି ବୋଲି କହିଥିଲେ. ଏହାପରେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଏନେଇ ପରିବାର ଲୋକେ ରାମଗିରି ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ | ଗତକାଲି ସକାଳେ ନୂଆସାହି ଡ୍ୟାମ୍‌ରେ ଏକ ମୃତଦେହ ଭାସୁଥିବା ଦେଖି କିଛି ଲୋକ ରାମଚନ୍ଦ୍ରଙ୍କ ପରିବାର ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ. ଅନ୍ୟପଟେରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିକଟସ୍ଥ ଅନଗା ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଜମିଜମା ମାମଲାକୁ ନେଇ ରାମଚନ୍ଦ୍ର ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ବିଭିନ୍ନ ସମୟରେ ରାମଚନ୍ଦ୍ରଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ ସମ୍ପୃକ୍ତ ବ୍ୟକ୍ତିମାନେ। ଏହି ଘଟଣାକୁ କେନ୍ଦ୍ର କରି ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ବରୁଣ ନାୟକ ଲିଖୂତ ଅଭିଯୋଗ କରିଛନ୍ତି। ଆଜି ଗୁରୁବାର ରାମଗିରି ପୋଲିସ ଏହି ହତ୍ୟା ଘଟଣା ନେଇ ତଦନ୍ତକୁ ଆଗେଇ ନେବା ସହ ଏଥିରେ ସମ୍ପୃକ୍ତ କିଛି ଜଣକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି.

Goruda Dhwaja Choudhary (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button