ଗଜପତିରେ କାଳବୈଶାଖୀର ତାଣ୍ଡବ : ୨୫ ଫୁଟ ଉଚ୍ଚତା ବିଶିଷ୍ଟ ନିର୍ମାଣଧୀନ ରାଇସ ମିଲ ଭୁଶୁଡି ପଡିଲା, ୫୦ ଲକ୍ଷ ଟଙ୍କାର କ୍ଷତି

ଗଜପତିରେ କାଳବୈଶାଖୀର ତାଣ୍ଡବ : ୨୫ ଫୁଟ ଉଚ୍ଚତା ବିଶିଷ୍ଟ ନିର୍ମାଣଧୀନ ରାଇସ ମିଲ ଭୁଶୁଡି ପଡିଲା, ୫୦ ଲକ୍ଷ ଟଙ୍କାର କ୍ଷତି
ପାରଳାଖେମୁଣ୍ଡି:୬/୬(ଗରୁଡ଼ ଧ୍ଵଜ ଚୌଧୁରୀ) କାଳବୈଶାଖୀର ତାଣ୍ଡବରେ ଗଜପତି ଜିଲ୍ଲାରେ ନିର୍ମାଣଧୀନ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଚାଉଳ ମିଲ ଭୁଶୁଡି ପଡି ଧୁଳିସାତ ହୋଇଯାଇଥିବା ସୂଚନା ମିଳିଛି. ଏଥିରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଛି. ଘଟଣା ନେଇ ଚାଉଳ ମିଲ ମାଲିକ ଆଲିଆନ ଜଗନ୍ନାଥ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଜଣାଇଛନ୍ତିଯେ ସେ ଗଜପତି ଜିଲ୍ଲା ମାଛମରା ଗ୍ରାମରେ ଥିବା ତାଙ୍କର ଜମିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ଅନୁମୋଦନକ୍ରମେ ୨.୧୦ କୋଟି ଟଙ୍କା ବ୍ୟୟରେ ଏକ ବଡ଼ ଧରଣର ଚାଉଳ କଳ ବା ରାଇସ ମିଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ. ଏହି ମିଲ ନିର୍ମାଣ କାର୍ଯ୍ୟ ପ୍ରାୟ ୨୫ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଥିଲା. ଏହି ସମୟରେ ଗତ ୨ ଦିନ ତଳର କାଳବୈଶାଖୀଜନିତ ପ୍ରବଳ ଝଡ଼ ବର୍ଷା ଯୋଗୁଁ ନିର୍ମାଣଧୀନ ଚାଉଳ କଳ ସମ୍ପୂର୍ଣ ରୂପେ ଘୁଷୁଡ଼ି ପଡି ଧୂଳିସାତ ହୋଇଯାଇଛି. ଏହି ନିର୍ମାଣ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ ବୋଲି ପ୍ରକାଶ କରି କହିଛନ୍ତି କାଳବୈଶାଖୀଜନିତ ଝଡ଼ ବର୍ଷା ତାଙ୍କର ନିର୍ମାଣଧୀନ ରାଇସ ମିଲକୁ ମାଟିରେ ମିଶାଇ ଦେଲା. ଏଥିରେ ତାଙ୍କର ୫୦ ଲକ୍ଷ ଟଙ୍କାର କ୍ଷତି ଘଟିଛି. ପ୍ରାକୃତିକ ବିପଯ୍ୟୟ ପାଣ୍ଠିରୁ ତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ପାଇଁ ସେ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି.



