District

ପ୍ରବଳ ଖରାରେ ଅନ୍ଧାରରେ ଭାଲୁକନାଡୀ ୯ ଦିନ ହେଲା ଟ୍ରାନ୍ସଫର୍ମର ଅଚଳ

ପ୍ରବଳ ଖରାରେ ଅନ୍ଧାରରେ ଭାଲୁକନାଡୀ ୯ ଦିନ ହେଲା ଟ୍ରାନ୍ସଫର୍ମର ଅଚଳ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର ୩୧।୫ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ଯରେ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକନାଡୀ ଗ୍ରାମର ଯାନୀ ସାହିରେ ଗତ ୯ ଦିନ ଧରି ବିଦ୍ୟୁତ ସେବା ସମ୍ପୂର୍ଣ ଠପ୍ ପଡ଼ିଥ‌ିବାରୁ ସ୍ଥାନୀୟ ଲୋକେ ଅସହ୍ୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉ ଉଛନ୍ତି। ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବାରୁ ପ୍ରାୟ ୨୦୦ରୁ ଅଧୂକ ପରିବାର ଏହି ଏହି ପ୍ରବଳ ତାତି ଓ ଅନ୍ଧାର ମଧ୍ଯରେ ଦିନ କାଟୁଥିବା ବେଳେ, ବିଦ୍ୟୁତ ବିଭାଗର ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିନର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥ‌ିବା ବେଳେ ରାତିରେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଘରେ ପଙ୍ଖା ଥିଲେ ମଧ୍ଯ ବିଦ୍ୟୁତ ନଥୁବାରୁ ସେଗୁଡ଼ିକ ଅଚଳ ହୋଇପଡ଼ିଛି। କିଏ ଗଛମୂଳେ ତ କିଏ ଥଣ୍ଡା ସ୍ଥାନ ଖୋଜି ସମୟ କାଟୁଛନ୍ତି। ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଛୋଟ ପିଲା ଓ ଛାତ୍ରଛାତ୍ରୀ। ରାତିରେ ଆଲୋକ ନଥିବାରୁ ପାଠପଢ଼ା ମଧ୍ୟ ବାଧା ବାଧାପ୍ରାପ୍ତ ହେଉଛି ଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବା ସମ୍ପର୍କରେ ବାରମ୍‌ବାର ଝରିଗାଁ ବିଦ୍ୟୁତ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଏପରିକି ୮ ଲକ୍ଷ ଟଙ୍କା ବକେୟା ବିଲ୍ ପରିଶୋଧ କଲେ ହିଁ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯିବ ବୋଲି ବିଦ୍ୟୁତ କର୍ମଚାରୀମାନେ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ରାଜ୍ୟ ସରକାର ପ୍ରବଳ ଖରାକୁ ଦୃଷ୍ଟିରେ ରଖ୍ ବକେୟା ବିଦ୍ୟୁତ ବିଲ୍ ଥିଲେ ମଧ୍ୟ କାହାରି ବିଦ୍ୟୁତ ସଂଯୋଗ ବନ୍ଦ ନକରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଭାଲୁକନାଡୀ ଗ୍ରାମରେ ଦୀର୍ଘ ୯ ଦିନ ଧରି ବିଦ୍ୟୁତ ବନ୍ଦ ରହିବା ଘଟଣା ସରକାରଙ୍କ ନିର୍ଦ୍ଦେଶକ ବେଖାତି କରାଯାଇଥବା ସ୍ପଷ୍ଟ କରଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button