District

ସାର ଅଭାବ ରୋକିବାକୁ ଆଗୁଆ ପଦକ୍ଷେପ ନବରଙ୍ଗପୁର ଆସିବ ୟୁରିଆ ଓ ଏମ୍ୱପି ସାର

ସାର ଅଭାବ ରୋକିବାକୁ ଆଗୁଆ ପଦକ୍ଷେପ ନବରଙ୍ଗପୁର ଆସିବ ୟୁରିଆ ଓ ଏମ୍ୱପି ସାର

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ରିପୋର୍ଟ୍

ନବରଙ୍ଗପୁର, ୧୯/୫,

ଖରିଫ ଋତୁରେ ନବରଙ୍ଗପୁର ଜିଲ୍ଲାରେ ସାର ଅଭାବ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗୁଆ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ୩୯୯୭୭ ମେଟ୍ରିକ୍ ଟନ୍ ସାର ଗଚ୍ଛିତ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାର ବିକ୍ରି ବନ୍ଦ ରଖିବାକୁ ନିଷ୍ପତ୍ତ ନେଇଛି। ପିଓଏସ୍ ମେସିନ୍ ଷ୍ଟକ୍ ଏବଂ ଗୋଦାମରେ ରଖିଥିବା ଷ୍ଟକ୍ ସମାନ ରଖିବା ପାଇଁ ଡିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି କିଛି ଡିଲର ସାର ବିକ୍ରି କରିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ୨୮ ଡିଲରଙ୍କ ଲାଇସେନସ୍ ରଦ୍ଦ କରି ୨ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା କହିଛନ୍ତି।

ଚଳିତ ଖରିଫ ଋତୁରେ ଧାନ ୯୯୨୧୭ହେକ୍ଟର, ମକା ୬୧୪୨୧ ହେକ୍ଟର, ଡାଲି ଜାତୀୟ ୨୭୧୪ ହେକ୍ଟର, ତୈଳବୀଜ ୨୪୬ ହେକ୍ଟର, ପନିପରିବା ୧୩୦୯ ହେକ୍ଟର,

ମସଲା ୫୪୫ ହେକ୍ଟର, ଆଖୁ ୪୦୦୦ ହେକ୍ଟର ଓ ମିଲେଟ ଜାତୀୟ ୪୩୫୯ ହେକ୍ଟର (ମୋଟ ୧ଲକ୍ଷ ୭୪ହଜାର ୩୨୭ ହେକ୍ଟର) ଜମିରେ ଚାଷ ହୋଇଛି। ଏଥିପାଇଁ ସେପ୍ଟମ୍ବର ପର୍ଯ୍ୟନ୍ତ ୟୁରିଆ ୫୫୦୦୦ ମେଟ୍ରିକ ଟନ୍, ଡିଏପି ୨୨୦୦୦ ଏମ୍‌ଟି, ଏମ୍‌ଓପି ୬୨୫୦ ଏମ୍‌ଟି, ଏସ୍ଏସ୍‌ପି ୪୦୦ ଏମ୍‌ଟି (ମୋଟ ୯୧୨୧୦ ଏମ୍‌ଟି) ଆବଶ୍ୟକ ଏହାବ୍ୟତୀତ

ଜିଲ୍ଲାରେ ଗଚ୍ଛିତ ରହିଛି ୩୯୯୭୭ ମେଟ୍ରିକ୍ ଟନ୍‌ ହେବ ବୋଲି ଆକଳନ କରାଯାଇଛି।

ନାନୋ ୟୁରିଆ ୪୪୦୦୦, ନାନୋ ଡିଏପି ୭୫୦୦ (୫୦୦ମିଲିଲିଟର) ବୋତଲର ଆବଶ୍ୟକ‌ତା ରହିଛି। ଗତ ଖରିଫରେ ୟୁରିଆ ୫୩୫୦୦ ଏମ୍‌ଟି, ଡିଏପି ୨୦ହଜାର ଏମ୍‌ଟି ( ମୋଟ ୮୭ହଜାର ଏମ୍‌ଟି) ସାର ବ୍ୟବହାର ହୋଇଥିଲା। ଚଳିତବର୍ଷ ୟୁରିଆ ୫୫ହଜାର, ୨୨ହଜାର ଡିଏପି ସହ ଅନ୍ୟାନ୍ୟ ସାରକୁ ମିଶାଇ ମୋଟ ୯୧୨୧୦ ଏମ୍‌ଟି ବ୍ୟବହାର

କୌଣସି ପରିସ୍ଥିତିରେ ବି ସାର ଅଭାବ ଯେମିତି ହେବ ନାହିଁ ସେଥିପାଇଁ ଜିଲ୍ଲାରେ ୟୁରିଆ ୨୧୯୨୮, ଡିଏପି ୭୮୯୦, ଏମ୍ଓପି ୩୦୨୮, ଏନ୍‌ପିକେଏସ୍ ୭୦୩୮, ଏସ୍ଏପି ୯୨.୪ ମେଟ୍ରିକ ଟନ୍‌ (ମୋଟ ୩୯୯୭୭ ଏମ୍‌ଟି) ୱେରହାଉସ, ଖୁଚୁରା ବିକ୍ରେତାଙ୍କ ନିକଟରେ ରହିଛି। ସେହିପରି ଆଜି ଟ୍ରେନ୍‌ରେ ୟୁରିଆ ୩୬୦ଏମ୍‌ଟି, ଏମ୍ଓପି ଓ ଏନପିକେଏସ୍ ୬୦୦ ଏମ୍‌ଟି ଜୟପୁର ପହଞ୍ଚିଛି। ଚଳିତ ଖରଫ ଋତୁରେ ସାର ଏବଂ ବିହନ ବିକ୍ରିରେ ଅନିୟମିତତା ହେଲେ ଅଧିକୃତ ବିହନ ଏବଂ ସାର ବିକ୍ରେତା ତଥା କୃଷି ବିଭାଗ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଡ. ମହେଶ୍ଵର ସ୍ବାଇଁ କହିଛନ୍ତି । ସରକାରୀ ଜମିରେ ଚାଷ କଲେ କିମ୍ବା ନୀଳଗିରି ଗଛ ଲଗାଇଥିଲେ ଆଦୌ ସାର ନଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button