District

ସେମିଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ 2003 ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ

ସେମିଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ 2003 ବ୍ୟାଚ୍‌ର ବନ୍ଧୁ ମିଳନ ଉତ୍ସବ
କୋରାପୁଟ, ଜିଲ୍ଲା ସେମିଳିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର 2003 ମସିହାର ମାଟ୍ରିକ୍ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଉତ୍ସବ ନନ୍ଦିପୁର ସ୍ଥିତ ରାଣୀଡୁଡୁମା ପାର୍କରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସେ ସମୟର ଶିକ୍ଷକ ଡି.ଭି. କାମେଶ୍ୱର ରାଓ ସାର, ମମତା ରାଉତ ଦିଦି ଓ ସୁଷମା ଦେବୀ ଦିଦି ଉପସ୍ଥିତ ରହି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ମଙ୍ଗଳ କାମନା କରିଥିଲେ।ସମ୍ମିଳନୀରେ ପୁରୁଣା ସ୍ମୃତିକୁ ତାଜା କରାଯାଇଥିବା ସହିତ ସମସ୍ତେ ଆନନ୍ଦମୟ ପରିବେଶରେ ସମୟ କାଟିଥିଲେ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଶୋକ ପ୍ରଧାନ, ରାଜଶ୍ରୀ ବିଶ୍ୱାଳ, ହିମାଂଶୁ ଖରା, ପ୍ରଶାନ୍ତ ପତି ଓ ନିବେଦିତା ପାତ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button