District

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ

ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର, ୩୦/୪ :

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ଥାନାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ପୋଲିସ ହେପାଜତରେ ଥିବା ଜଣେ ବିଚାରାଧୀନ ଅଭିଯୁକ୍ତ ଥାନା ହାଜତ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ ଓ ଗ୍ରାମବାସୀ ଥାନା ଘେରାଉ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ମେଦେନା ପଞ୍ଚାୟତ ଅଞ୍ଚଳର ପୂର୍ଣ କଲାର ନାମକ ଜଣେ

ଯୁବକଙ୍କୁ ଏକ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଡାବୁଗାଁ ପୋଲିସ ଦୁଇ ଦିନ ପୂର୍ବେ ଗିରଫ କରିଥିଲା। ମଙ୍ଗଳବାର ଦିନ ଅଭିଯୁକ୍ତଙ୍କର ଆବଶ୍ୟକୀୟ ଡାକ୍ତରୀ ମାଇନା ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିଲା ଏବଂ ଆଜି ତାଙ୍କୁ ବିଧିବଦ୍ଧ ଭାବେ କୋର୍ଟ ଚାଲାଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର କୋର୍ଟରେ ହାଜର ହେବା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସେ ହାଜତ ଭିତରେ ଏକ ଚାଦର ସାହାଯ୍ୟରେ ବେକରେ ଫାଶି ଦେଇ ଜୀବନ ହାରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣା ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ଓ ନିରାପତ୍ତା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। । ଥାନା ପରିସରରେ ୨୪ ଘଣ୍ଟା

ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଥାଇ ମଧ୍ୟ, ଜଣେ ଅଭିଯୁକ୍ତ ହାଜତ ଭିତରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ସକ୍ଷମ ହେଲେ, ତାହା ସାଧାରଣରେ ସନ୍ଦେହ ଘନୀଭୂତ କରୁଛି।

ଏହା ପୋଲିସର ଘୋର ଦାୟିତ୍ୱହୀନତା ନା ଏହା ପଛରେ ଅନ୍ୟ କୌଣସି ଅଜ୍ଞାତ କାରଣ ରହିଛି, ତାହାର ଏକ ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ହେଲେ ହିଁ ଆସିପାରିବ ପ୍ରକୃତ ବୋଲି ସତ୍ୟାସତ୍ୟ ପଦାକୁ ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀମା ମାନେ ଉଦ୍ୟମ ଜାରି ରଖୁଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button