କୋରାପୁଟ ୨ ପୌର କର୍ମଚାରୀଙ୍କ ଦାଦାଗିରି

କୋରାପୁଟ ୨ ପୌର କର୍ମଚାରୀଙ୍କ ଦାଦାଗିରି
ଗୋବିନ୍ଦ ତ୍ରିପାଠୀ, କୋରାପୁଟ
କୋରାପୁଟ, ୩୦।୪ :
କୋରାପୁଟ ବ୍ଲକ ତିହାଡି ପୁଟ ଗ୍ରାମର ହରି ପ୍ରଧାନୀ ଚିଙ୍ଗୁଡି ଏବଂ ପ୍ରହୋଲା ମାଛ ବିକିବା ପାଇ କୋରାପୁଟ ସହରର ବିଜୁ ପାର୍କ ତଥା ଯୁଗ୍ମ ନିର୍ଦ୍ଦେଶକ ଭୂତତ୍ତ୍ଵ କାର୍ଯ୍ୟଳୟ ପାଖରେ ମାଛ ରଖ୍ ବିକିକା ସମୟରେ କୋରାପୁଟ ପୌରପାଳିକାର ୨ ଜଣ କର୍ମଚାରୀ ଏଠାରେ ମାଛ ବିକ୍ରୀ କରି ପାରିବ ନାହି କହି ମାଛ ସବୁ ଫୋଫାଡି ଦେଇଥିବା କଥା ହରି ପ୍ରଧାନୀ କହିଥିଲେ। ଏବାବଦରେ ସେ ପୌର କର୍ମଚାରୀଙ୍କୁ କିଛି ସମୟ ମଧ୍ୟ ମାଗିଥିଲେ ଯାହା ସେମାନେ ଏଥି ପ୍ରତି କର୍ଣ୍ଣପାତ କରିନଥିଲେ। ପାଖାପାଖୂ ୬୦୦୦ ଟଙ୍କାର ମାଛ ଧରି ଗରିବ ଲୋକଟି ଦୁଇ ପଇସା ରୋଜଗାର କରିବା ପାଇ ଏଠାକୁ ଆସିଥିଲେ। କିନ୍ତୁ ସମସ୍ତ ମାଛ ଫୋପାଡି ଦେବାରୁ ନଷ୍ଟ ହୋଇପାଇଥିବା ହରି ଅତି ଦୁଃଖରେ ପ୍ରକାଶ କରିଥିଲେ। ଗରି ବ ଲୋକଙ୍କ କଥା କିଏ ଶୁଣିବ ? ? କୋରାପୁଟ ସହରରେ ବିଭିନ୍ନ ଯାଗାରେ ମାଛ ସହ ଅନ୍ୟାନ ସାମଗ୍ରୀ ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି ସେମାନଙ୍କୁ କାହିକି ଉଠାଯା ଯାଉନି ବୋଲି ସାଧାରଣ ପ୍ର ଶ୍ନ ।



