District

ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ

ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ
ନବରଙ୍ଗପୁର : ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଏକ ବଡ଼ ସଫଳତା ମିଳିଛି। ଚିକିଲି ଜଙ୍ଗଲ ଅଞ୍ଚଳରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢ଼ଉ କରି ୧ଟି ଚିତା ବାଘ ଛାଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଚୋରା ଶିକାରୀମାନେ ଚିକିଲି ଜଙ୍ଗଲରୁ ବାଘ ଛାଲକୁ ଅନ୍ୟତ୍ର ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିବାବେଳେ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନ ଅଧିକାରୀମାନେ ତୁରନ୍ତ ଏକ ଟିମ୍‌ ଗଠନ କରି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ୨ଟି ମୋଟର ସାଇକଲ ନଂ ଓଡ଼ି ୨୪ଏଫ ୬୫୬୨ ଓ ଓଡୀ ୨୪ପି ୨୪୨୫ ସହ ଥିବା ୫ ଜଣ ଯଥା ନବରଙ୍ଗପୁର ଥାନା ଅଧୀନ ବଣିଆ ଗ୍ରାମର ଅର୍ଜୁନ ହରିଜନ (୩୦), ମାଇଦଲପୁର ଥାନା ଅଧିନ ଶିବ କଲାର (୩୮) , ଗୋପିଗୁଡ଼ା ଗ୍ରାମର ବାଇଚନ୍ଦ୍ର ମଙ୍ଗଲି (୪୯), ମାଇଦଲ ପୁର ଗ୍ରାମର କେଦାରନାଥ ବିସୋଇ (୪୨) ଓ ନବରଙ୍ଗପୁର ଥାନା ଅଧୀନ ପଖନାଗୁଡ଼ା ଗ୍ରାମର ମିହିର ହରିଜନ (୨୫) ଙ୍କୁ ଧରିବା ସହ ତାଙ୍କ ନିକଟରୁ ଚିତା ବାଘ ବାଘ ର ଛାଲ ଜବତ କରାଯାଇଥିଲା।ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା ଚାଲିଥିବା ବେଳେ, ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି ତାହା ଖୋଜାଯାଉଛି। ବନ ବିଭାଗ କହିଛି ଯେ ବନ୍ୟଜନ୍ତୁ ଚୋରାଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ଏପରି ଚଢ଼ଉ ଆହୁରି ବଢ଼ାଯିବ ବୋଲି ଡାବୁଗାଁ ବାନାଁଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି। ଏହି ଚଢ଼ଉ ସମୟରେ ଏସିଫ ଦିଵ୍ୟା ମାଧୁରୀ ସେଠୀ ଫରେଷ୍ଟର ମଧୁସୂଦନ ପାତ୍ର, ଅଙ୍କୁସ ଦାସ , କାର୍ତ୍ତିକ ମାଝୀ , ଲାଲୁ ବିଷୋଇ , ତାପସ ପଟ୍ଟନାୟକ , ରିତାରାଣି ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button