ଆମେ ଜାଣିବା ଆମ ବଜେଟ୍: ଖୁଡ଼ି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା, ଲାଇନ୍ ବିଭାଗ ଅନୁପସ୍ଥିତିରେ ଅସନ୍ତୋଷ

ଆମେ ଜାଣିବା ଆମ ବଜେଟ୍: ଖୁଡ଼ି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା, ଲାଇନ୍ ବିଭାଗ ଅନୁପସ୍ଥିତିରେ ଅସନ୍ତୋଷ
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା ସେମିଳିଗୁଡା)କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡ଼ି ଗ୍ରାମପଞ୍ଚାୟତରେ ଆଜି “ଆମେ ଜାଣିବା ଆମ ବଜେଟ୍” କାର୍ଯ୍ୟକ୍ରମ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଭ୍ୟମାନେ, ପିଇଓ, ଜିଆରଏସ, ଯୋଗାଣ ସହାୟକ, ଅଙ୍ଗନବାଡି କର୍ମୀ, ଏମ୍ବିକେ, କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ଉପସ୍ଥିତ ଥିଲେ।କିନ୍ତୁ ଦୁଃଖର ବିଷୟ, ଲାଇନ୍ ବିଭାଗର କୌଣସି ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା।ଏହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ପ୍ରଶ୍ନ ଉଠାଇଥିଲେ ଯେ,ସରକାରୀ ବାବୁମାନଙ୍କ ଏହି ପ୍ରକାର ମନମୁଖୀ ଶାସନ କେତେଦିନ ଚାଲିବ
ଏହି ଘଟଣା ପ୍ରତି ବ୍ଲକ,ଜିଲ୍ଲା ଓ ରାଜ୍ୟ ସରକାର କଣ ପଦକ୍ଷେପ ନେବେ,ତାହା ଦେଖିବାକୁ ଅଞ୍ଚଳବାସୀ ଅପେକ୍ଷା କରୁଛନ୍ତି।



