ପଟାଙ୍ଗି ବିଧାୟକଙ୍କ ସପର୍କୀୟ ଭାଇ ମାଦବ ମୁଡାଗାଡିଆଙ୍କ ଦେହାନ୍ତ

ପଟାଙ୍ଗି ବିଧାୟକଙ୍କ ସପର୍କୀୟ ଭାଇ ମାଦବ ମୁଡାଗାଡିଆଙ୍କ ଦିହାନ୍ତ
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା ସେମିଳିଗୁଡା )କୋରାପୁଟ, ୩ ଏପ୍ରିଲ୍: କୋରାପୁଟ ଜିଲ୍ଲା ସୁନାବେଡା ପୈରପରିଷଦ ଅନ୍ତର୍ଗତ ତଳ ଗଦବାସାହିର ବାସିନ୍ଦା ମାଦବ ମୁଡାଗାଡିଆଙ୍କ ଗତ ରାତିରେ ଦିହାନ୍ତ ଘଟିଛି। ସେ ବହୁଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ଥିବା ବେଳେ ଗତ ରାତି ପ୍ରାୟ ୯ଟା ସମୟରେ ତାଙ୍କର ପ୍ରାଣବାୟୁ ନିସ୍ତାରଣ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ବୟସ ପ୍ରାୟ ୬୦ରୁ ୬୫ ବର୍ଷ ମଧ୍ୟରେ ଥିବା ଅନୁମାନ କରାଯାଇଛି
ମୃତକ ମାଦବ ମୁଡାଗାଡିଆ ପଟାଙ୍ଗି ବିଧାୟକ ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସପର୍କୀୟ ଭାଇ ହେବାରୁ ଏହି ଦୁଃଖଦ ସମ୍ବାଦ ପ୍ରକାଶ ପାଇବା ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ସ୍ଥାନୀୟ ନେତାମାନେ, ସମାଜସେବୀ ଓ ଅନେକ ପ୍ରତିଷ୍ଠିତ ବ୍ୟକ୍ତିବର୍ଗ ତାଙ୍କ ଦିହାନ୍ତରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି
ସାହିବାସୀନ୍ଦା, ବନ୍ଧୁବର୍ଗ ଓ ଆତ୍ମୀୟସଜନମାନେ ଏହି ଅପୂରଣୀୟ କ୍ଷତିରେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳୁଛି। ମାଦବ ମୁଡାଗାଡିଆ ଜଣେ ସରଳ ଓ ସାମାଜିକ ବ୍ୟକ୍ତିତ୍ୱ ଭାବେ ଅଞ୍ଚଳରେ ପରିଚିତ ଥିଲେ ଏବଂ ସେ ସଦା ସମାଜସେବାମୂଳକ କାର୍ଯ୍ୟରେ ଆଗୁଆ ଥିବାରୁ ସ୍ଥାନୀୟ ଲୋକମାନଙ୍କ ମନରେ ସ୍ଥାନ ଅଧିକାର କରିଥିଲେ
ପରିବାର ସୂତ୍ରରୁ ଜଣାପଡିଛି ଯେ, ଆଜି ତାଙ୍କର ପାର୍ଥିବ ଦେହକୁ ନିଜ ଗ୍ରାମର ମଶାଣିରେ ଦାହ ସଂସ୍କାର/ସମାଧି କରାଯିବ। ଶେଷ ଦର୍ଶନ ପାଇଁ ଗାଁରେ ଲୋକମାନଙ୍କର ଭିଡ଼ ଲାଗିଥିବା ସୂଚନା ମିଳିଛି।



