ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩୧/୩(ଗରୁଡ ଧ୍ଵଜ ଚୌଧୁରୀ)ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ଅବସରରେ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୬ ସ୍ଥାନୀୟ ସମ୍ମିଳନୀ କକ୍ଷ-୦୪, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଠାରେ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଫାଲଗୁନି ମାଝୀ,ଅତିରିକ୍ତ ଜିଲ୍ଲାପାଳ,ଗଜପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡି, ଶ୍ରୀ କିଶାନ ବେହେରା , ଅତିରିକ୍ତ ତହସିଲଦାର, ପାରଳାଖେମୁଣ୍ଡି , ଶ୍ରୀମତୀ ଶିବାନୀ ପାଣିଗ୍ରାହୀ, ଜିଲ୍ଲା ସଂଯୋଜିକା ତଥା ପରାମର୍ଶଦାତା, ଓ. ଏଲ୍. ଏମ୍ , ଗଜପତି, ଶ୍ରୀମତୀ ପି.ସୁନିତା, ପରିଚାଳିକା, SWSS TI ସ୍ଵେଛା ସେବୀ ସଂଗଠନ, ଜସ୍ମିନ ଶେଖ ମଞ୍ଚାସୀନ ହୋଇଥିଲେ । ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଏଲ୍ . ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।



