District

ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅତି ସାରଗର୍ଭିତ ଭାବେ ପାଳିତ

ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅତି ସାରଗର୍ଭିତ ଭାବେ ପାଳିତ

(ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ଦିଲ୍ଲୀପ ଖରା ସେମିଳିଗୁଡା)କୋରାପୁଟ, ୧୯/୦୩/୨୦୨୬: କୋରାପୁଟ ଜିଲ୍ଲାର ଆମ୍ବେଦକର ସୋସାଇଟି ପକ୍ଷରୁ ଆମ୍ବେଦକର ଷ୍ଟଡି ସେଣ୍ଟରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗର୍ବ ଓ ସ୍ୱାଧୀନତା ସଂଗ୍ରାମର ବୀର ସୈନିକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅତି ସାରଗର୍ଭିତ ଓ ଶ୍ରଦ୍ଧାଭରା ପରିବେଶରେ ପାଳନ କରାଯାଇଛି।ଏହି ଅବସରରେ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଓ ତାଙ୍କର ଅମର ବଳିଦାନକୁ ସ୍ମରଣ କରିଥିଲେ। ସେମାନେ ତାଙ୍କର ଦେଶପ୍ରେମ,ତ୍ୟାଗ ଓ ଆଦର୍ଶମୟ ଜୀବନ ବିଷୟରେ ଉଦ୍ବୋଧନ ଦେଇଥିଲେ।ବକ୍ତାମାନେ କହିଥିଲେ ଯେ, ଶହୀଦ ଲକ୍ଷ୍ମଣ ନାୟକ ଆଦିବାସୀ ସମାଜର ଗୌରବ ଓ ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ସଂଘର୍ଷୀ ଥିଲେ।ଦେଶ ପାଇଁ ତାଙ୍କର ଅପରିମିତ ଅବଦାନ ସଦା ସ୍ମରଣୀୟ ରହିବ ଓ ତାଙ୍କର ଆଦର୍ଶ ଆଜିର ଯୁବପିଢ଼ୀ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ପ୍ରକାଶ କରିଥିଲେ
ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button