ନନ୍ଦପୁରରେ ୪ ବର୍ଷ ପୂର୍ଣ୍ଣ, ତଥାପି ୯ଟି ୱାର୍ଡରେ ସଦସ୍ୟ ନାହିଁ — ଉନ୍ନତି କାମ ପ୍ରଭାବିତ

ନନ୍ଦପୁରରେ ୪ ବର୍ଷ ପୂର୍ଣ୍ଣ, ତଥାପି ୯ଟି ୱାର୍ଡରେ ସଦସ୍ୟ ନାହିଁ — ଉନ୍ନତି କାମ ପ୍ରଭାବିତ
(ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା )କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଚାଲିଥିବା ପ୍ରଶାସନିକ ବ୍ୟବସ୍ଥାକୁ ୪ ବର୍ଷ ପୂରଣ ହୋଇଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ ୯ଟି ୱାର୍ଡରେ ୱାର୍ଡ ମେମ୍ବର ନିଯୁକ୍ତି ହୋଇନଥିବା ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ୱାର୍ଡ ସଦସ୍ୟ ନଥିବାରୁ ଅନେକ ଅଞ୍ଚଳରେ ମୌଳିକ ସୁବିଧା ଓ ଉନ୍ନତିମୂଳକ କାମ ଅବହେଳିତ ହେଉଛି। ପାଣି, ରାସ୍ତା, ପରିଷ୍କାରତା ଭଳି ମୂଳ ଅସୁବିଧାଗୁଡ଼ିକ ଦିନକୁ ଦିନ ବଢ଼ୁଛି ଏହା ସହିତ, କେତେକ ସାମ୍ବାଦିକ ଓ ସମ୍ବନ୍ଧିତ ପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାକୁ ଆଗକୁ ଆଣିବାରେ ଅସମର୍ଥ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏହାର ଶୀଘ୍ର ସମାଧାନ ଓ ପ୍ରଶାସନ ଦ୍ୱାରା ଯଥୋଚିତ ପଦକ୍ଷେପ ନିଆଯିବାକୁ ଦାବି କରିଛନ୍ତି ଲୋକମାନଙ୍କ ଆହ୍ୱାନ ସମସ୍ତ ୱାର୍ଡରେ ଶୀଘ୍ର ସଦସ୍ୟ ନିଯୁକ୍ତି କରାଯାଉ ଓ ଅବହେଳିତ ଉନ୍ନତି କାମ ଉପରେ ତତ୍କ୍ଷଣାତ୍ ବିଚାର କରାଯାଉ।”



