District
୭ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

୭ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ
ଉମରକୋଟ,
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ମିଳିଛି ବଡ଼ ସଫଳତା। ନିଶାମୁକ୍ତ ଭାରତ ଅଭିଯାନ କ୍ରମରେ ନବରଙ୍ଗପୁର ଆରକ୍ଷ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳରେ ବେନିୟମ ଭାବେ ଗଞ୍ଜେଇ ଚାଷ କରୁଥିବା ବିଶେଷ ସୂତ୍ରରୁ ଖବରପାଇ ଚଢଉ କରିଥିଲେ । ଏହି ସମୟରେ ରାଇଘର ଓ କୁନ୍ଦେଇ ଅଞ୍ଚଳରେ ପ୍ରାୟ ୬
ଏକର ଜମିରେ ବେନିୟମ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ବେନିୟମ ଭାବେ ଚାଷ କରୁଥିବା ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରାୟ ୨୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରିବା ସହ ବେନିୟମ ଭାବେ ଗଞ୍ଜେଇ ଚାଷ କରିଥିବା ୧୦ଜଣଙ୍କୁ ଗିରଫ କରିଛି । ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ୮୭ ହଜାର ହୋଇଥିବା ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଆଦିତ୍ୟ ସେନ ।



