District

ଗଜପତି ଜିଲାରେ ବଜ୍ରାଘାତ ଯୋଗୁଁ ୧୨ ଗୁରୁତର

ଗଜପତି ଜିଲାରେ ବଜ୍ରାଘାତ ଯୋଗୁଁ ୧୨ ଗୁରୁତର

ପାରଳାଖେମୁଣ୍ଡି:୨୭/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗ୍ରାମରେ ବଜ୍ରାଘାତରେ ୧୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି. ସେମାନଙ୍କୁ ରାୟଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ଘଟଣାରୁ ପ୍ରକାଶ, ପେକଟ ଗ୍ରାମବାସୀ ଦିନ ତମାମ ବଗଡ଼ କାମ ସାରି ସନ୍ଧ୍ୟା ସମୟରେ ଫେରି ନିଜ ଘରେ ଥିବାବେଳେ ହଠାତ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଠିକ୍ ଗାଁ ମଝିରେ ଥିବା ନଡ଼ିଆ ଗଛକୁ ବଜ୍ରାଘାତ ମାଡ଼ ହୋଇ ଦୁଇଟି ଗଛ ଜଳିଯାଇଥିଲା ଏହାର ପ୍ରଭାବରେ ଘର ଭିତରେ ଓ ବାହାରେ ବସିଥିବା ଅନେକଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସୁନୀତି ଶବର (୪୦), ସମ୍ମାରି ଶବର (୬୦), ବଚନି ଶବ୍ଦର (୩୮) ମନିତା ଶବର (୧୭), ତପରି ଶବର (୧୯),ଟୁନି ଶବର (୧୪), ସୁମନ୍ତ୍ର ଶବର (୪୨), ସିଫନ କାର୍ଯ୍ୟ (୪୫), ତପନ କାର୍ଯା(୩୮), ଜଇନା ରାଇକା (୨୯), ଢେରେଖି କାର୍ଯା (୩୧), ଜଗନ୍ନାଥ ଶବର (୨୩)। ଏହି ଘଟଣାର ଖବର ପାଇ ସରପଞ୍ଚ ଜଳନ୍ଧର କାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସ‌ହ‌ଯୋଗରେ ସେମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button