District

ଠେଙ୍ଗାବାଡ଼ି ଧରି ମଦ ବନ୍ଦ ନାରା ଦେଲେ ମହିଳା

ଠେଙ୍ଗାବାଡ଼ି ଧରି ମଦ ବନ୍ଦ ନାରା ଦେଲେ ମହିଳା

ତେନ୍ତୁଳିଖୁଣ୍ଟି, ୨୬।୩

ନବରଙ୍ଗପୁର ଜିଲ୍ଲା ତେନ୍ତୁନିଖୁଣ୍ଟି ବ୍ଲକ ଅମଳାଭଜା ଗ୍ରାମରେ ମଦ ବିରୋଧୀ ମା’ସେନାର ସଦସ୍ୟଙ୍କୁ ନେଇ ଏକ ମଦ ବିରୋଧୀ ବୈଠକ କରାଯାଇଛି I ଜିଲା ମା’ ସେନା ଶାଖା ଅଧସ୍ଥା ବାଦଲିନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସମାବେଶ କରାଯାଇଥୁରା । ବରିଷ୍ଠ ନେତ୍ରୀ ଲକ୍ଷ୍ମୀ ମୁଦୁଲିଙ୍କ ନେତୃତ୍ବରେ ମଙ୍ଗଳବାରଠାରୁ

ଗାଁରେ ମଦ ବନ୍ଦ ନାରା ଦେଇଥୁବା ମହିଳାମାନେ ।

ଗ୍ରାମର ଶତାଧକ ମହିଳା ମଦ ବିକ୍ରୀ ବନ୍ଦ କରାଉଛନ୍ତି। ସରକାରଙ୍କ ଅବକାରୀ ରାଜସ୍ବ ବୃଦ୍ଧି ନାମରେ ବ୍ୟାପକ ମଦର ପ୍ରସାର ହୋଇ ସମାଜ ନଷ୍ଟ ହେବା ସହ ଗ୍ରାମରେ ଗରୀବ ଆଦିବାସୀ ମହିଳା ବିଭିନ୍ନ ସମୟରେ ନିର୍ଯ୍ୟାତିତ ଢେଇଛନ୍ତି। ଏଥିସହ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହେଉଛି ବୋଲି ଅଭିଯୋଗ କରିଛନ୍ତି। ଅମ୍ବାଇଟା ଗ୍ରାମର ପଦ୍ମ ଯାନୀ, ସୁନାଦେଇ ମୁଦୁଲି, ଭକ୍ତମା

ମୁଦୁଲି, ଫୁଗ୍ରୀ ପୁଦୁଲି, ନୀଳମଣି ମୁଦୁଲି, ନନ୍ଦାଇ ମୁଦୁଲି, ହାରାବତୀ ପ୍ରଧାନୀ, ରେବତୀ ଯାନୀ ଏହି ମଦ ବିରୋଧୀ ଆନ୍ଦୋଳନ ଜାରୀ ରଖିଛନ୍ତି। ଆଗାମୀ ଦିନରେ ଜିଲାପାଳ, ତେନ୍ତୁଳିଖୁଣ୍ଡି ଥାନା, ଅବକାରୀ ବିଭାଗ, ପଞ୍ଚାୟତ ସରପଞ୍ଚଙ୍କୁ ଅବଗତ କରାଯିବ। ଅଞ୍ଚଳରେ ମଦ ବନ୍ଦ କରିବା ପାଇଁ ପଦେକ୍ଷେପ ନିଆଯିବ ବୋଲି ସେମାନେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button