ସହକର୍ମୀଙ୍କ ମାଡ଼ରେ ଛାତ୍ର ଗୁରୁତରl

ସହକର୍ମୀଙ୍କ ମାଡ଼ରେ ଛାତ୍ର ଗୁରୁତର
ନବରଙ୍ଗପୁର/ରାଇଘର, ୧୬/୩ ଛାତ୍ର ନିବାସ ଭିତରେ ଦୁଇ ଜଣ ଛାତ୍ର ଅନ୍ୟ ଜଣେ ଅନ୍ତେବାସୀକୁ ଲାତ, ଗୋଇଠା ସହ ବିଧା ଚାପୁଡ଼ା ମାରିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥୁବା ଦେଖିବାକୁ ମିଳିଛି। ଏହି ଭିଡିଓର ସମ୍ପର୍କ ରେ ଖୋଜଖବର ନେବାରୁ ଜଣାପଡିଛି ଏହା ଚଳିତ ମାସ ୮ ତାରିଖ ରବିବାର ଦିନର| ଭିଡିଓଟି ନବରଙ୍ଗପୁର ଜିଲ୍ଲା ରାଇଘର ସଦରର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଛାତ୍ର ନିବାସର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ଖୁଦରତ ହରିଜନ ଓ ପ୍ରଶାନ୍ତ ହରିଜନ ନବମ ଶ୍ରେଣୀର ଛାତ୍ର ଦୀପକ ଗଣ୍ଡଙ୍କୁ କୌଣସି କାରଣ ବଶତଃ ଅତି ନିର୍ଦୟ ଭାବେ ମାରିଛନ୍ତି । ଯାହାଫଳରେ ଦୀପକ ଗଣ୍ଡଙ୍କ ପିଠିରେ କ୍ଷତ ସୃଷ୍ଟି ହୋଇଛି। ମାଡ଼ ଏତେ ମାତ୍ରାରେ ହୋଇଛି ରାଇଘର ପ୍ରାଥମିକ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇବାକୁ ପଡିଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ଆହତ ଛାତ୍ରଙ୍କ ଚିକିତ୍ସା ପରେ ବିଦ୍ୟାଳୟରେ ରଖିଛନ୍ତି| ଛାତ୍ର ନିବାସ ମଧ୍ୟରେ ଏହି ଭଳି ମାରାପିଟ ହେବା ଛାତ୍ର ନିବାସର ପରିଚାଳନାର ଦୁର୍ବଳତା କୁ ପଦାରେ ପକାଉଛି। ଏହି ସମ୍ପର୍କରେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



