District

କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା କୁମାରୀ ଅଭିପ୍ସା ପ୍ରିୟଦର୍ଶିନୀ ସମ୍ବର୍ଦ୍ଧିତ।

କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା କୁମାରୀ ଅଭିପ୍ସା ପ୍ରିୟଦର୍ଶିନୀ ସମ୍ବର୍ଦ୍ଧିତ।

(ଓଡି଼ଶା ଷ୍ଟେଟ୍ ନ୍ୟୁଜ ରିପୋର୍ଟ ଦିଲ୍ଲୀପ ଖରା )କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ସେମିଳିଗୁଡାର ସ୍ପିଡ୍ ସ୍କେଟିଂରେ ଜାତୀୟ ସ୍ୱର୍ଣ୍ଣ ପଦକ ବିଜୟିନୀ ଛାତ୍ରୀ କୁମାରୀ ଅଭିପ୍ସା ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି
ଏହା ସହିତ ଜିଲ୍ଲାପାଳ ଓ ସେମିଳିଗୁଡା ବ୍ଲକର କର୍ମଚାରୀମାନେ ନିଜ ଦରମାରୁ ପଚାଶ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ।ଆସନ୍ତା ମଇ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ପିଡ୍ ସ୍କେଟିଂ ପ୍ରତି ଯୋଗିତାରେ ସଫଳତା ଅର୍ଜନ ପାଇଁ କୁମାରୀ ଅଭିପ୍ସାଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଥିଲେ।ପ୍ରକାଶ ଥାଉ କି,କୁମାରୀ ଅଭିପ୍ସା ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି ଅବସରରେ ସେମିଳିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଶ୍ମିନ କୁମାର ପ୍ରଧାନ ଓ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଉପସ୍ଥିତ ଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button