District

ମହିଳା ଦିବସରେ ଶୋଭାଯାତ୍ରା

ମହିଳା ଦିବସରେ ଶୋଭାଯାତ୍ରା
ସୁନାବେଡା ଶାଶ୍ଵତୀ ଓ ଜାଗୃତି ମହିଳା ଳା ମହାସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରବିବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ହନୁମାନ ମାର୍କେଟସ୍ଥିତ ମହାସଂଘ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ସୁନାବେଡା ଏଇଏଫ ମାର୍କେଟ, ଡିପି କ୍ୟାମ୍ପ, ପୋଲିସ କ୍ୟାମ୍ପ, ଜଡ଼ାଗୁଡା ଚର୍ଜ କଲୋନୀ ଦେଇ ପୌର କାର୍ଯ୍ୟାଳୟ ନିକଟ ଦୁର୍ଗା ମଣ୍ଡପରେ ପହଞ୍ଚିଥିଲା। ଆୟୋଜିତ ସଭାରେ ସୁନାବେଡ଼ାର ଏକାଧିକ ଏସଏଚଜିର ଶତାଧ୍ଧ ମହିଳା ମହି ସାମିଲ ହୋଇଥିଲେ। ନାରୀ ଜାଗିଲେ ଦେଶ ଜାଗିବ ଓ ନାରୀ ହେଉଛି ସର୍ବଶକ୍ତିର ଆଧାର, ହାତରେ ପ୍ଲା କାର୍ଡ ଧରି ନାରା ଦେଉଥିବା ଦେଖ‌ିବାକୁ ମିଳିଛି। ଶୋଭାଯାତ୍ରାରେ ଜାଗୃତି ମହିଳା ମହାସଂଘ ସଭାପତି ନିଳେନ୍ଦ୍ରୀ ତୁରୁକ, ସମ୍ପାଦିକା ରୁପାଲୀ ହିଆଲ, ସୁନାବେଡା ଥାନାଧ୍କାରୀ ସୁଷୁମା କୁହଁର ପ୍ରମୁଖ ସାମିଲ ହୋଇଥିଲେ। ମହାସଂଘ ଉପଦେଷ୍ଟା ଅଶ୍ବିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button