District

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ପାରଳାଖେମୁଣ୍ଡି:୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ନସିଂ ଅଫିସରଙ୍କୁ ଗାଳି ଗୁଲଜ, ଆକ୍ରମଣ ଓ ରୋଗୀ ସେବା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ 3 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଗତକାଲି ସନ୍ଧ୍ୟା 7 ଟା 30 ସମୟରେ ମନୋଜ କୁମାର ସବର ଜିଲ୍ଲା ଡାକ୍ତରଖାନାରେ ନସିଂ ଅଫିସର ଭାବେ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ. ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେଉଥିବା ବେଳେ ଅବଦୁଲ ଇମତିଆଜ଼ ସହ କିଛି ଜଣ ହସ୍ପିଟାଲକୁ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ସରକାରୀ କାମରେ ବାଧା ସୃଷ୍ଟି କରିଥିଲେ। ଏହା ସହିତ ସେମାନେ ତାଙ୍କୁ ମାଡ଼ ମାରିଥିବାରୁ ତାଙ୍କ ବାମ କାନରେ ଚୋଟ ଲାଗି ରକ୍ତପାତ ହୋଇଥିଲା ଏବଂ ପୋଷାକ ଚିରିଯାଇଥିଲା । ଏହି ଅଭିଯୋଗକୁ ଆଧାର କରି ପାରଳାଖେମୁଣ୍ଡି ଥାନା ପୋଲିସ କେଶ ନଂ -72 ରେ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ଏହି ଘଟଣାରେ ଅଭିଯୁକ୍ତ ଅବଦୁଲ ଇଜ଼ାଜ, ଅବଦୁଲ ଇମତିଆଜ, ଏବଂ ତାଂଗୁଡୁ ଭାନୁପ୍ରସାଦ 3 ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତମାନଙ୍କୁ ଆଜି ଆଦାଲତକୁ ପଠାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button