District

ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ

ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ
ମାଲକାନଗିରି,୫/୩
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳନ କରାଯାଇଥିଲା। ବିଜେଡି କର୍ମୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାଜୁ ବାବୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ।
ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ଥିଲା । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜୁ ଜନତା ଦଳ ସଦାସର୍ବଦା ସଂକଳ୍ପବଦ୍ଧ ବୋଲି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମତ ବିନ୍ଯାସ କରିଥିଲେ । ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ, ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସ୍ଵାଧୀନୋତ୍ତର ଓଡିଶା ନିର୍ମାଣର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ ଅନ୍ୟାନ୍ୟ ନେତୃବୃନ୍ଦ
ପରିପ୍ରକାଶ କରିଥିଲେ । ଏହା ଛଡା ମାଲକାନଗିରି ଜିଲ୍ଲା ସ୍ତରୀୟ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ କରିଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,ବିଜୁ ଜନତା ଦଳର ଜିଲ୍ଲା ବିଜେଡି ଉପ ସଭାପତି ଉଦୟ ନାଥ ମାଦ୍ରୀ ,ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା ,ରାଜ୍ୟ ବିଜେଡି ମହିଳା ଉପ ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ ,ପୌର ଉପାଧ୍ୟକ୍ଷା କବିତା ମହନ୍ତ , ଜିଲ୍ଲା ବିଜେଡି ଯୁବ ସଭାପତି ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ଶ୍ରୀନିବାସ ମୁଦୁଲି , ଜିଲ୍ଲା ଛାତ୍ର ସଭାପତି ସୁବ୍ରତ ଦାଶ ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ,ଅଧ୍ୟକ୍ଷ ,ବିଜେଡି ସମସ୍ତ ବ୍ଲକ /ନଗର ସଭାପତି , ବରିଷ୍ଠ ବିଜେଡି ନେତା ନକାଲ ରାଜୁ , ସତ୍ୟ ପାଣିଗ୍ରାହୀ ,ବି.କାମେଶ୍ବର ରାଓ ,ଧନୁର୍ଜୟ ମାଡକାମୀ , ଘନଶ୍ୟାମ ମାଡକାମୀ ,ସତ୍ୟ ସ୍ୱାଇଁ ,ସର୍ବ ବିଶୋଇ , ଶଙ୍କର ହାଲଦାର ,ରାଜେନ୍ଦ୍ର କୂଳଦୀପ ,ଗୋପୀ ପାଙ୍ଗି , ଶରତ ଚନ୍ଦ୍ର ବିଶ୍ୱାଳ ,କେ. ରାହୁଲ ,ବିକାଶ ମଣ୍ଡଳ , କଣ୍ଟେସ୍ ପୋଟଳା ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ,ଗାନ୍ଧୀ ପଣ୍ଡା ,ରାଜେନ୍ଦ୍ର ଖସଲା ,ସମେଶ ବାଗ ପ୍ରମୁଖ ଯୋଗଦେଇ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button