ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା କେବେ ?

ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା କେବେ ?
୩୦ ଅଧ୍ୟାପକ ପଦବି ଖାଲି, ସ୍ନାତକୋତ୍ତର ଖୋଲିବାକୁ ଦାବି
ନବରଙ୍ଗପୁର,୨୮/୨ ନବରଙ୍ଗପୁର
ଜିଲ୍ଲାର ସର୍ବ ପୂରାତନ ନବରଙ୍ଗପୁର କଲେଜ ସରକାରୀ ମାନ୍ୟତା ମିଳି ପାରିନି ୫୫ବର୍ଷ ପୁରୁଣା ଏହି କଲେଜରେ ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସରକାରୀ ମାନ୍ୟତା ମିଳି ନଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେବେ ସରକାରୀ ମାନ୍ୟତା ପାଇଲେ ୫ମ ଅଧିସୂଚିତ ଅଞ୍ଚଳରେ ଥିବା ଏହି କଲେଜରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ ଉଦୟ ହେବା ସହ ସ୍ବୟଂଶାସିତ ମାନ୍ୟତା ପାଇବା ୧୯୭୧ ମସିହାରେ ନବରଙ୍ଗପୁରରେ କଲେଜ ସ୍ଥାପନ ଗଠନ କରିବା ପାଇଁ ତତ୍କାଳୀନ ବିଧାୟକ ଡମ୍ବରୁଧର ମାଝୀଙ୍କ ଉଦ୍ୟମ ଯୋଗୁଁ ଉପଜିଲ୍ଲାପାଳ ବିନୋଦ ବିହାରୀ ଝାଙ୍କ ନେତୃତ୍ବରେ ସ୍ଥାନୀୟ ଆରସିଡି ହାଇସ୍କୁଲରେ G6RE ଆରମ୍ଭହୋଇଥିଲା । ରଙ୍ଗମାଟିଗୁଡ଼ାରେ କଲେଜ କ୍ୟାମ୍ପସ୍ ହେବା ପରେ ଏହାର ରୂପରେଖ।ରେ ପରିବର୍ତ୍ତନ ସହ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ୧୯୯୧
ମସିହାରେ ବାଣିଜ୍ୟ ଓ ବିଜ୍ଞାନ ବିଭାଗ ପାଠ୍ୟକ୍ରମ ଆରମ୍ଭ ହୋଇଛି କିନ୍ତୁ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମ ଆରମ୍ଭ ହୋଇପାରିନି। ବର୍ତ୍ତମାନ ଏହି କଲେଜରେ ଯୁକ୍ତ ୨ରେ ୫ ହଜାର ଓ ଯୁକ୍ତ ୩ରେ ୮ ହଜାର ଡୋନେସନ୍ ଦେଇ ୩ହଜାର ପିଲା ପଢୁଛନ୍ତି । ୫୦ ଏକର ପରିମିତ ମଧ୍ୟରୁ ୩୨ଏକର ଜମିର ପଟ୍ଟା ମିଳିଛି। ବଳକା ୧୧ଏକରର ଜମିପଟ୍ଟା
ନବରଙ୍ଗପୁର ମହାବିଦ୍ୟାଳୟ NABARANGPUR COLLEGE
ପାଇଁ ଆବେଦନ କରାଯାଇଛି। ଅପର ପକ୍ଷରେ ପୁରୁଣା ଶ୍ରେଣୀଗୃହ ବିପଦସଂକୁଳ ହେବାରୁ ତାହା ଛାଡ଼ିଦେବା ପରେ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଜଙ୍ଗଲ ଜମି ବୋଲି କହୁଛନ୍ତି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ନବରଙ୍ଗପୁର କଲେଜ ବହୁତ ପଛରେ ରହିଛି। ଏଥିପାଇଁ କଲେଜର ସରକାରୀକରଣ
ସହ ସ୍ବୟଂଶାସିତ ମାନ୍ୟତା, କମ୍ପ୍ୟୁଟର ଲ୍ୟାବ୍, ଡିଜିଟାଲ ଲାଇବ୍ରେରୀ, ଅଡିଓ ଭିଜୁଆଲ୍ ଏଡସ୍ ସହ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ବିଜ୍ଞାନ ବିଭାଗର ବିଭିନ୍ନ ପାଠ୍ୟକ୍ରମ ପାଇଁ ୮ଜଣ ଅଧ୍ୟାପକ ପଦବି ସହ ୩୦ଟି ପଦବି ଖାଲି ପଡ଼ିଛି। ସେହିପରି ୬୦ଶଯ୍ୟା ଛାତ୍ରୀନିବାସର ପାଚେରି ନଥିବାରୁ କେହି ଅନ୍ତେବାସୀ ରହୁନାହାନ୍ତି। ୨ଟି ଛାତ୍ରାବାସରେ ପିଲା ରହୁଛନ୍ତି। ୱାଲର୍ଡ ବ୍ୟାଙ୍କ ପକ୍ଷରୁ ୫କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ସେହି ଅନୁଦାନରେ ଶ୍ରେଣୀଗୃହ ଗୁଡ଼ିକ ନିର୍ମାଣ ହୋଇଛି। ଗତ ୫ବର୍ଷ ମଧ୍ୟରେ ବିଜ୍ଞାନ ଭବନ, ଏକାଡେମିକ୍ ଭବନ, ଛାତ୍ରୀନିବାସ, ବିନୋଦ ଝା ଅଡିଟୋରିୟମ୍, ଓପନ ମହାବିଦ୍ୟାଳୟ, ବିନାୟକ ମିଶ୍ର ପାଠାଗାର, ସାମ୍ ଲ୍ୟାବ୍ ସହ ଦୁଇଟି ଖେଳ ପଡ଼ିଆ ରହିଛି। ଏହାସହ ୫ଏକର ପରିମିତ ଅଞ୍ଚଳରେ ଶାଳ ବଣ ରହିଛି। ଏତେ ସବୁ ଥାଇ ମଧ୍ୟ ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ମିଳିପାରୁ ନାହିଁ। ଅପରପକ୍ଷରେ ଏହି କଲେଜରେ ବୋର୍ଡର ଆଞ୍ଚଳିକ କେନ୍ଦ୍ର, ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ଚାଲିଛି।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



