DistrictNawarangpur

ଅଭିଯୋଗର ଶୁଣାଣି, ହିତାକାରୀଙ୍କୁ ସହାୟତା ପ୍ରଦାନ

ଅଭିଯୋଗର ଶୁଣାଣି, ହିତାକାରୀଙ୍କୁ ସହାୟତା ପ୍ରଦାନ

ନବରଙ୍ଗପୁର,୨୬/୨

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକସ୍ଥିତ ସୁଭଦ୍ରା ଶକ୍ତି ସମ୍ମିଳନୀ

ଗୃହରେ ଜିଲାପାଳ ଡ଼ ମହେଶ୍ଵର ସ୍ବାଇଁ ଓ ଏସ୍‌ପି ଓମତକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ଯକ୍ଷତାରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ

ସିଡିଓ ବିରଞ୍ଚୁ ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ମନୋଜ ମେହେରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ବିଭାଗୀୟ ଅକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨୦ ବ୍ୟକ୍ତିଗତ ଓ ୧୦ ସାମୂହିକ ସମସ୍ୟା ସମ୍ମିଳିତ ଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୧୦ଟି ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ୩ଜଣ ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ଦିବ୍ୟାଙ୍ଗଙ୍କୁ କୃତିମ ଅଙ୍ଗ ପ୍ରଦାନ କରାଯାଇଥିଲା । ୯ ଜଣ ଦିବ୍ୟାଙ୍ଗଙ୍କୁ କୃତିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଥିଲା। ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି।

ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଅବସରରେ ଅଧୁକାରୀମାନେ |

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button