District

ଭଙ୍ଗା କୁଡ଼ିଆରେ ମହାଦେବ ସରକାରୀ ସହାୟତା ଅପେକ୍ଷାରେ ଅଞ୍ଚଳବାସୀ

ଭଙ୍ଗା କୁଡ଼ିଆରେ ମହାଦେବ ସରକାରୀ ସହାୟତା ଅପେକ୍ଷାରେ ଅଞ୍ଚଳବାସୀ
ଝରୀଗାଁ,ତା୨୬/୦୨-ଦୀର୍ଘ ୧୬ବର୍ଷ ତଳେ ନିର୍ମାଣ ହୋଇଥିବା ଆଜବେଷ୍ଟସ ଘରଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ପହଞ୍ଚି ଗଲାଣି ।ଘରେ ଲାଗିଥିବା ଦୁଲୁମ ସବୁରେ ଉଈ ଲାଗିଯିବା ସ‌ହିତ ଆଜବେଷ୍ଟସ ସବୁ ମଧ୍ୟ ଖରା ବର୍ଷା ଶୀତ କାକର ସହି ସହି ଫାଟି ଫାଟି ଗଲାଣି ।ସେ ସମୟର ବିଧାୟକ ରମେଶ ଚନ୍ଦ୍ର ମାଝୀ ପ୍ରଥମ ଥର ପାଇଁ ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ମନୋନୀତ ହୋଇଥିଲେ ଓ ଏହି ମହାଦେବଙ୍କ ପାଇଁ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରିବାକୁ ୫୦ ହଜାର ଟଙ୍କା ଗ୍ରାମବାସୀଙ୍କୁ ଅନୁଦାନ ଦେଇଥିଲେ |ସେହିଁ ୫୦ ହଜାର ଟଙ୍କାରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଗ୍ରାମବାସୀ କୁହନ୍ତି ।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ବଡ଼ନୀ ଗ୍ରାମଠାରୁ ପ୍ରାୟ ଦେଢ କିଲୋମିଟର ଦୂର ପୂର୍ବ ଦିଗକୁ ଗଲେ ମହାଦେବଙ୍କ ଏହି ଆସ୍ଥାନଟି ଅବସ୍ଥିତ ବଡ଼ନୀ ଓ ତାର ଆଖପାଖ ଗ୍ରାମବାସୀ ଯଥା ବେଲଝରୀ, ବଡ଼ ରାମସା, ସାନ ରାମସା, ସିନ୍ଦକାଗୁଡା, ଧାରନି ଯୋଡି, ପାଣ୍ଡକି ଛାପର, ଭାଲୁଘାଟି, ପୂଜାରୀଗୁଡା, ଜଙ୍ଗଲିଆ ଗୁଡା, ଡୁମରପଦର, ସିର୍ମାଗୁଡା ଘୁଗୁଡା, ମେରଦାନଗୁଡା ଆଦି ଗ୍ରାମର ଗ୍ରାମବାସୀଙ୍କ ଏ ହେଇଛି ପୂଜାସ୍ଥଳୀ ।ଏଠାରେ ମହାଦେବ କେବେ ଉତ୍ପତ୍ତି ହୋଇଥିଲେ ସେ ବିଷୟରେ କାହା ପାଖରେ ବି ସଠିକ ତଥ୍ୟ ନାହିଁ |ହେଲେ ଗ୍ରାମବାସୀଙ୍କ କହିବା ପ୍ରକାରେ ପାଞ୍ଚପିଢୀ ପୂଜକ ଗଲାପରେ ବର୍ତ୍ତମାନ ପୂଜକ କାର୍ଯ୍ୟ ଗ୍ରାମର ପତି ସୁନ୍ଦର ଗୌଡ଼ ତୁଲାଉଛନ୍ତି ।ମନ୍ଦିରଟି ଏକ ବିସ୍ତିର୍ଣ୍ଣ ପଡିଆ ମଧ୍ୟରେ ଅବସ୍ଥିତ ରହିଥିବା ବେଲେ ମନ୍ଦିର ଚତୁର୍ପାର୍ଶ୍ଵରେ ବିଭିନ୍ନ ଗଛଲତା ସବୁ ଘେରି ରହିଛି ।ମନ୍ଦିର ଠାରୁ ୩୦୦ ମିଟର ପଶ୍ଚିମକୁ ଗଲେ ଏକ ସୁନ୍ଦର ପୋଖରୀ ମଧ୍ୟ ରହିଛି ।ପୋଖରୀ ମଧ୍ୟ ସର୍ବ ପୁରାତନ, ତାକୁ ସ୍ଥାନୀୟ ଲୋକେ ଦେଉଳବନ୍ଦ ନାମରେ ଜାଣନ୍ତି ।ଠିକ ସେହିପରି ମନ୍ଦିର ର ପୂର୍ବକୁ ୩୦୦ ମିଟର ଗଲେ ଏକ ଛୋଟ ଝରଣାଟିଏ ମଧ୍ଯ କୁଳୁକୁଳୁ ନାଦରେ ବହିଯାଉଛି ଓ ତାକୁ ସ୍ଥାନୀୟ ଲୋକେ ବେସରା ଝରନ ବୋଲି ଜାଣନ୍ତି । ମହାଦେବଙ୍କ ଚତୁର୍ପାର୍ଶ୍ଵରେ ପୂଜା ପାଉଥିବା ପାର୍ଶ୍ୱ ଦେବୀ ମାନଙ୍କ ମଧ୍ୟରେ ହରଚଣ୍ଡୀ, ପାଟରାଣୀ, କଳାଧାରଣୀ ଆଦି ରହିଛନ୍ତି ।ବିଶେଷ କରି ଶ୍ରାବଣ ପୂର୍ଣିମା, ଶିବରାତ୍ରୀ, କାର୍ତିକ ପୂର୍ଣ୍ଣିମା ଓ ଗଣେଶ ପୂଜା ମାନଙ୍କରେ ଏଠାରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ଗ୍ରାମବାସୀ କୁହନ୍ତି । ଏହି ବିଶେଷ ଦିନ ମାନଙ୍କରେ ମନ୍ଦିର ସାମ୍ନାରେ ବଜାର ବସିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥ‌ିବା ମଧ୍ୟ ନଜର ରହିଛି ଜନ ଗହଳିକୁ ଦୃଷ୍ଟିରେ ରଖି ଏଠାରେ ଏକ ନଳକୂପର ମଧ୍ୟ ବ୍ୟବସ୍ଥା ରହିଛି |ପ୍ରଶାସନ ଯଦି ଏହି ମନ୍ଦିର ପ୍ରତି ଦୃଷ୍ଟି ଦିଅନ୍ତେ ଓ ମହାଦେବଙ୍କ ପାଇଁ ମନ୍ଦିର ନିର୍ମାଣ କରିବା ପାଇଁ ସାହାଯ୍ୟର ହାତ ବଢ଼ାନ୍ତେ ଅଞ୍ଚଳବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ଜିତେନ୍ଦ୍ର ମିଶ୍ର, ଜୟସିଂ ଯାନୀ, ଗଜେନ୍ଦ୍ର ପାଇକ, ହରିଶ୍ଚନ୍ଦ୍ର ନାୟକ, କପୁରଚନ୍ଦ ଯାନୀ, ଡମ୍ବରୁଧର ଭତରା, ତ୍ରିନାଥ ପୂଜାରୀ ରେନୁ ପୂଜାରୀ, ନୀଳାମ୍ବର ହରିଜନ, ଉଦ୍ଧବ ମେହେର, ଅଙ୍ଗଦ ମେହେର, ନିତ୍ୟାନନ୍ଦ ଗୌଡ଼, ସତୀର ଯାନୀ, ଅଭିରାମ ପୂଜାରୀ, ଜୟରାମ ଯାନୀ, ସଦାନନ୍ଦ ପୂଜାରୀ ପ୍ରମୁଖ ଦାବୀ ଜଣେଇଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button