District

ନବରଙ୍ଗପୁରରେ ଜମି ମୂଲ୍ୟ ଆକାଶଛୁଆଁ ୫ବର୍ଷ ପରେ ବସିଲା ଜମି ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକ

ନବରଙ୍ଗପୁରରେ ଜମି ମୂଲ୍ୟ ଆକାଶଛୁଆଁ ୫ବର୍ଷ ପରେ ବସିଲା ଜମି ମୂଲ୍ୟ ନିର୍ଦ୍ଧାରଣ କମିଟି ବୈଠକ

ନବରଙ୍ଗପୁର, ୨୫/ ୨ :

ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟରେ ଗତ କିଛି ବର୍ଷ ହେଲା ଜାଗା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ନବରଙ୍ଗପୁର ସହରରେ ପ୍ରତିବର୍ଷ ଜାଗା ମୂଲ୍ୟ ୨ଗୁଣା ଲେଖାଏଁ ବୃଦ୍ଧି ପାଉଛି ସରକାରୀ ଜାଗାକୁ ଛାଡ଼ିଦେଲେ ବର୍ତ୍ତମାନ ସହରରେ ଘରୋଇ ଜମି ପ୍ରାୟ ନାହିଁ | ତେଣୁ ଲୋକେ ଏବେ ମିର୍ଗାନୀଗୁଡା, ମାଝୀଗୁଡା, କୋଇଗୁଡା, ନୂଆଗୁଡା, ନୀଳକଳ୍ପଗୁଡା, ଚାଉଁରିଆଗୁଡା, କୁସୁମି, ଲଲିତାଦେଇପୁର ଶାସନ, ବେହେରାଗୁଡା, ଭାଟିଶାଳଗୁଡା, ଗାନ୍ଧୀନଗର ଆଡ଼କୁ ମୁହାଁଇଛନ୍ତି ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସୂଚନା ମୁତାବକ, ମାସକୁ ହାରାହାରି ୧୫୦ରୁ ୨୦୦ଶହ ଜମି ପ୍ଲଟ୍ କିଣାବିକା ହେଉଛି। ଗତ ବର୍ଷକ ମଧ୍ୟରେ ନବରଙ୍ଗପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୨ହଜାର, ଉମରକୋଟ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୯୦୦,

କୋଡ଼ିଙ୍ଗାରେ ୪୦୦ ଓ ଡାବୁଗାଁରେ ୧୦୦ଟି ଜମି କିଣାବିକା ହୋଇଥିବା ପଞ୍ଜୀକରଣ ହୋଇଛି। ବିଗତ ୫ବର୍ଷ ଭିତରେ ସହରର

ପ୍ରାୟ ସବୁ ସାହି, ଗଳି, ବ୍ୟବସାୟିକ ଅଞ୍ଚଳର ଜାଗାର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି| ବର୍ତ୍ତମାନ ଚାଉଁରିଆଗୁଡା ଜାମାଲ

କଲୋନି, ଶ୍ୟାମାଶ୍ୟାମ ନଗର, ମହିମା ନଗର, ହନୁମାନ ନଗର, ଆରକେ ନଗର, ବାଇପାସ୍‌, ମୈତ୍ରୀବିହାର, ଗାନ୍ଧୀ ନଗର,

ମିର୍ଗାନଗୁଡା ଅଞ୍ଚଳରେ ଜାଗା ମୂଲ୍ୟ ଡିସିମିଲ୍ ପିଛା ୪ଲକ୍ଷରୁ ସାଢ଼େ ୪ଲକ୍ଷ ରହିଛି। ସେହିଭଳି ନୂଆଗଡ଼, ରଙ୍ଗମାଟିଗୁଡା,

ଜେଟୁଗୁଡା, କୋଇଗୁଡା ଅଞ୍ଚଳ ଦେଇ ବାଇପାସ୍‌ ରାସ୍ତା ନିର୍ମାଣାଧୀନ ଥିବା ବେଳେ ରେଳଲାଇନ୍ ପାଇଁ ଖୁଣ୍ଟ ପୋତାଯାଇଛି। ତେଣୁ ଏହି ଅଞ୍ଚଳରେ ଜମିର ମୂଲ୍ୟ ଡିସିମିଲ ପ୍ରତି ୨ରୁ ୬ଲକ୍ଷ ମଧ୍ୟରେ ରହିଛି | ଖାସ୍ କରି ସହରର କେନ୍ଦ୍ର ସ୍ଥଳ ରାଜୁସାହି, ବାଦାମସାହି, ଭଗବତୀସାହି, ନୂଆବନ୍ଧସାହି, କେଉଟସାହି, ପୂଜାରୀସାହି, ପାଞ୍ଜିଆସାହି, ସୌରାସାହି, ଗୌଡ଼ସାହି ଅଞ୍ଚଳ ଓ ଗୁଣ୍ଡିଚା ମନ୍ଦିରରୁ ମଙ୍ଗଳମ୍ ଟିମ୍ବର୍ସ ଛକ ରାସ୍ତା ରହିଥିବାରୁ ଜାଗା ମୂଲ୍ୟ ଅହେତୁକ ଭାବେ ବଢ଼ି ଚାଲିଛି। କୋଭିଡ୍ ପର ଠାରୁ ଜମି କିଣା ବ୍ୟାପକ ଭାବେ ବଢ଼ିଛି। କିଛି ଦଲାଲ ଜମି ବିକ୍ରେତାଙ୍କ ଠାରୁ କମ୍ ଦାମରେ ଜମି କିଣି ଦୁଇରୁ ତିନି ଗୁଣ ଅଧିକା ଦରରେ ବିକ୍ରି କରୁଛନ୍ତି। ଯାହା ପରୋକ୍ଷରେ ଜମିର ଦାମ ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି। ଅନ୍ୟପକ୍ଷରେ ଗତ ୫ବର୍ଷ ପରେ ହୋଇଥିବା ବେଞ୍ଚ ମାର୍କ କମିଟି ବୈଠକ ଦର ନିୟନ୍ତ୍ରଣ କରିପାରିବ କି ନାହଁ ସମୟ କହିବ ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button